ଅଡୁଆରେ ଜଗନ: ଆନ୍ଧ୍ର ମଦ ଦୁର୍ନୀତିର ତଦନ୍ତ କରିବ ଇଡ଼ି


ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ସରକାରଙ୍କ ଅମଳରେ ହୋଇଥିବା ମଦ ଦୁର୍ନୀତିର ତଦନ୍ତ କରିବ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ  । ଯାହାକି ୟାଇଏସଆର କଂଗ୍ରେସ ନେତା ଜଗନ୍ ରେଡ୍ଡୀଙ୍କ ଅଡୁଆ ବଢ଼ାଇଦେଇଛି  । ତାଙ୍କର ସିଧାସଳଖ ସଂପୃକ୍ତି ନଥିଲେ ବି ତଦନ୍ତରୁ ଯଦି କିଛି ଧରାପଡ଼େ ତେବେ ପୂର୍ବ ସରକାରର ନେତୃତ୍ୱ ନେଉଥିବାରୁ ତାଙ୍କ ମୁଣ୍ଡରେ ହିଁ ଅଠା ବୋଳାଯିବ  । ଆଜି ଇଡ଼ି ଏନେଇ ମାମଲା ରୁଜୁ କରିଛି  । ଗତବର୍ଷ ସେପ୍ଟେମ୍ବରରେ ଆନ୍ଧ୍ରପ୍ରଦେଶ ସିଆଇଡ଼ି ଏନେଇ ଇଡ଼ିଙ୍କୁ ଅବଗତ କରିଥିଲା  । ମଦ ଦୁର୍ନୀତିରେ ମନି ଲଣ୍ଡରିଂ ଆଶଙ୍କା ବାରିଥିବାରୁ ଏଫଆଇଆର ମଧ୍ୟ ଦାଖଲ କରାଯାଇଥିଲା । ଇଡ଼ି ଏନେଇ ମଦ ଏଜେଣ୍ଟ, ଭେଣ୍ଡର ଓ ସରକାରୀ ଅଫିସରମାନଙ୍କୁ ଜେରା କରିବ  । ପୂର୍ବରୁ ଛତିଶଗଡ଼ ଓ ବିହାରରେ ବି ଏନେଇ ତଦନ୍ତ ହୋଇଛି  ।