ରଥଯାତ୍ରାରେ ସ୍ୱଚ୍ଛତା ନେଇ ସମୀକ୍ଷା ବୈଠକ
ପୁରୀ : ମହାପ୍ରଭୁଙ୍କ ରଥଯାତ୍ରା ଏକ ସାମୂହିକ ଦାୟିତ୍ୱ । ଏହା ସମସ୍ତ ବିଭାଗ ମଧ୍ୟରେ ସୁସମନ୍ୱୟର ପ୍ରତୀକ । ଏଥିରେ ଗୃହନିର୍ମାଣ, ନଗର ଉନ୍ନୟନ ଓ ପରିବହନ ବିଭାଗର ଗୁରୁ ଦାୟିତ୍ୱ ରହିଛି ବୋଲି ପ୍ରକାଶ କରିଛନ୍ତି । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ । ଚଳିତ ବର୍ଷ ଯାତ୍ରୀମାନଙ୍କ ସୁଖଦ ଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା ସଂପର୍କରେ ଏକ ବୈଠକ ସ୍ଥାନୀୟ ସର୍କିଟ ହାଉସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ଶ୍ରୀମତୀ ପାଢୀ ରଥଯାତ୍ରାକୁ ଆସୁଥିବା ସମସ୍ତ ଯାତ୍ରୀ ଆମର ଅତିଥି । ସେମାନଙ୍କୁ ଏକ ସୁନ୍ଦର ଅନୁଭବ ଦେବା ଆମର କର୍ତ୍ତବ୍ୟ ।
ବିଶେଷ କରି ରାସ୍ତାଘାଟ ମରାମତି, ପରିଷ୍କାର ପରିଚ୍ଛନ୍ନ, ସ୍ୱଚ୍ଛତା, ପରିମଳ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ପରିବହନ, ପାର୍କିଂ ସ୍ଥଳ ବ୍ୟବସ୍ଥା ଇତ୍ୟାଦିକୁ ରଥଯାତ୍ରା ପୂର୍ବରୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଶ୍ରୀମତୀ ପାଢୀ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଆମର ଭିତ୍ତିଭୂମିକୁ ସୁଦୃୃଢ କରିବା । ଯାହା ଫଳରେ କେବଳ ରଥଯାତ୍ରାରେ ନୁହେଁ ସବୁ ସମୟରେ ଶ୍ରଦ୍ଧାଳୂୁ ଓ ପର୍ଯ୍ୟଟକମାନେ ସୁବିଧା ପାଇବେ । ଏଥିପାଇଁ ଅର୍ଥ ବାଧକ ନୁହେଁ । ତେଣୁ ସମସ୍ତ ବିଭାଗ ଉପଯୁକ୍ତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ । ସ୍ୱଚ୍ଛତାକୁ ଯେଉଁମାନେ ଉଲ୍ଲଘଂନ କରୁଛନ୍ତି, ରାସ୍ତା ଅବରୋଧ କରି ଗୃହ ନିର୍ମାଣ ସାମଗ୍ରୀ ରଖୁଛନ୍ତି, ବିଭିନ୍ନ ଯାନ ପରିବହନ ନିୟମ ଭାଙ୍ଗୁଛନ୍ତି, ପାର୍କିଂ ନହେବା ସ୍ଥାନରେ ପାର୍କିଂ କରୁଛନ୍ତି ସେମାନଙ୍କ ଉପରେ ଆଇନ ଅନୁଯାୟୀ ଆର୍ଥିକ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିଦେ୍ର୍ଦଶ ଦେଇଥିଲେ ।
ପରିବହନ କମିଶନର ତଥା ରାଜ୍ୟ ପରିବହନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଅମିତାଭ ଠାକୁର ରଥଯାତ୍ରା ସମୟରେ ଯାତ୍ରୀମାନଙ୍କୁ ପରିବହନ ବିଭାଗ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ । ଯାତ୍ରୀମାନଙ୍କ ସୁବିଧା ପାଇଁ ଅଧିକ ପାର୍କିଂ ସ୍ଥଳ ଚିହ୍ନଟ ପାଇଁ ସେ ପରାମର୍ଶ ଦେଇଥିଲେ । ଜିଲ୍ଳାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ରଥଯାତ୍ରା ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏସ୍.ପି ବିନିତ ଅଗ୍ରୱାଲ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ବିନୟ କୁମାର ଦାଶ, ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଅତିରିକ୍ତ ସଚିବ ତଥା ଏ.ସି.ଟି ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଳାପାଳ ରାଜସ୍ୱ ଡ଼. ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ତଥା ଉନ୍ନୟନ ଅଧିକାରୀ ପ୍ରିୟରଂଜନ ପୃଷ୍ଟି, ପୌର ଅଧିକାରୀ ଅଭିମନୁ୍ୟ ବେହେରା, ଅତିରିକ୍ତ ଏସ୍.ପି ସୁଶୀଲ କୁମାର ମିଶ୍ର, ଦେବୀପ୍ରସାଦ ପ୍ରତାପ, ଲାଲମୋହନ ସେଠୀ ଓ ଅନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।