ଶିକ୍ଷାନୁଷ୍ଠାନ ଖୋଲିଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି । କିନ୍ତୁ ସରକାରଙ୍କ ନିଷ୍ପତ୍ତିକୁ ଉଲ୍ଳଂଘନ କରି କିଛି ସ୍କୁଲ ଖୋଲା ଯାଉଥିବା ଜାଣିବାକୁ ମିଳିଛି । ପିଲାମାନେ ୟୁନିଫର୍ମ ନପିନ୍ଧି ସାଦା ପୋଷାକରେ ସ୍କୁଲ ଆସୁଥିବା ନେଇ ଖବର ପ୍ରକାଶ ପାଉଛି । ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର କଡ଼ା ଚେତାବନୀ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛିଯେ, ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୨ ଅପ୍ରେଲ ୨୦୨୫ରେ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି । କିନ୍ତୁ କେତେକ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଅନେକ ସ୍ଥାନରେ ନିୟମର ଉଲ୍ଲଂଘନ ହେଉଥିବା ବିଭାଗର ଦୃଷ୍ଟିଗୋଚର ହୋଇଛି । ଏନେଇ ଏକ ନିଦେ୍ର୍ଦଶନାମା ସମସ୍ତ ଜିଲ୍ଲାକୁ ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଯେଉଁଠାରେ ସରକାରୀ ନିଦେ୍ର୍ଦଶନାମା ପାଳନ କରାଯାଉନଥିବା ଦୃଷ୍ଟିଗୋଚର ହୁଏ ତେବେ ସେଠାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି ମାଧ୍ୟମରେ ନିଦେ୍ର୍ଦଶ ଦିଆଯାଇଛି ।