ଦିଲ୍ଲୀ ଭୋଟ୍ ଗଣତି: ବିଜେପି ଆଗୁଆ ରହିଛି
ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ୍ ଗଣତି । ପ୍ରାରମ୍ଭିକ ଗଣତିରେ ଆମ ଆଦମୀ ପାର୍ଟିକୁ ଲାଗିଛି ଝଟକା । ଆଗୁଆ ରହିଛି ବିଜେପି । ପ୍ରାରମ୍ଭିକ ଗଣତିରେ ପ୍ରଥମେ ପଛୁଆ ରହିଥିଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପରେ ନୂଆଦିଲ୍ଲୀ ଆସନରୁ ଅରବିନ୍ଦ ଆଗୁଆ ରହିଥିଲେ । ସଦ୍ୟତମ ରିପୋର୍ଟ ଅନୁସାରେ, ଅରବିନ୍ଦଙ୍କୁ ପୁଣି ପଛରେ ପକାଇଛନ୍ତି ବିଜେପିର ପରବେଶ ବର୍ମା ।କୋଲକାଜି ବିଧାନସଭା ଆସନରୁ ଲଢ଼ୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲିନା ପ୍ରାରମ୍ଭିକ ଭୋଟ ଗଣତିରେ ପଛରେ ରହିଛନ୍ତି । ଚତୁର୍ଥ ପର୍ୟ୍ୟାୟ ଭୋଟ ଗଣନା ପରେ ବାୱାନା ବିଧାନସଭାରୁ ରବିନ୍ଦ୍ର ଇନ୍ଦ୍ରରାଜ ସିଂହ ୧୪୪୨୦ ଭୋଟରେ ଆଗୁଆ ଅଛନ୍ତି । ଚତୁର୍ଥ ରାଉଣ୍ଡରେ ଶାଲିମା ବାଗ ବିଧାନସଭାରୁ ରେଖା ଗୁପ୍ତା ୧୨୬୬୦ ଭୋଟରେ ଆଗୁଆ ଅଛନ୍ତି । ପଞ୍ଚମ ପର୍ୟ୍ୟାୟ ଗଣନା ପରେ ତିଲକ ରାମ ଗୁପ୍ତା, ତ୍ରିନଗର ବିଧାନସଭାରୁ ୧୧୭୭୮ ଭୋଟରେ ଆଗୁଆ । ତୃତୀୟ ପର୍ୟ୍ୟାୟରେ ମୁସ୍ତାଫାବାଦ ବିଧାନସଭାରୁ ମୋହନ ସିଂହ ବିଷ୍ଟ ୧୬୧୮୧ ଭୋଟରେ ଆଗୁଆ ଅଛନ୍ତି । ତୃତୀୟ ରାଉଣ୍ଡରେ କରାୱାଲ ନଗର ବିଧାନସଭାରୁ କପିଲ ମିଶ୍ରା ୮୬୦୩ ଭୋଟରେ ଆଗୁଆ ଅଛନ୍ତି । ସପ୍ତମ ରାଉଣ୍ଡରେ ବିଶ୍ୱନଗର ବିଧାନସଭାରୁ ଓମ ପ୍ରକାଶ ଶର୍ମା ୮୪୪୪ ଭୋଟରେ ଆଗୁଆ ଅଛନ୍ତି । ଚତୁର୍ଥ ପର୍ୟ୍ୟାୟରେ ନଜଫଗଡ଼ ବିଧାନସଭାରୁ ନୀଲମ ପେହଲୱାନ ୮୦୨୩ ଭୋଟରେ ଆଗୁଆ ଅଛନ୍ତି । ରବିନ୍ଦ୍ର ସିଂହ ନେଗି, ତୃତୀୟ ପର୍ୟ୍ୟାୟରେ ପାଟପରଗଞ୍ଜ ବିଧାନସଭା ଆସନରୁ ୭୨୨୯ ଭୋଟରେ ଆଗୁଆ ।