ଏବେ ବି ବଞ୍ଚିଛି ବେତାର ଯନ୍ତ୍ର  :ପଚାଶ ବର୍ଷ ତଳୁ ରେଡ଼ିଓକୁ ଆଦରିଛନ୍ତି ନିତ୍ୟାନନ୍ଦ ଓ ଦୁର୍ଗାଚରଣ

 ଦାନଗଦୀରୁ ଶ୍ରୀକାନ୍ତ ମହାପାତ୍ର : ଧୀରେଧୀରେ ହଜିଯାଉଛି ରେଡ଼ିଓ । କିଛି ପୁରାତନ ଅମଳର ଲୋକ ରେଡ଼ିଓକୁ ନିଜର କରି ରଖିଛନ୍ତି । ଆଜିର ଆଧୁନିକତା ଚାକ ଚକ୍ୟ ଭିତରେ କାଁ ଭାଁ ପୁରପଲ୍ଲୀ ଅଂଚଳରେ ଦେଖିବାକୁ ମିଳୁଛି ପୁରୁଣା ଅମଳର ରେଡ଼ିଓ, । କାନରେ କେଉଁଠି କେମିତି ଶୁଭିଯାଉଛି ସେଇ ଆକାଶବାଣୀ କଟକ ଖବର ପଢୁଛନ୍ତି...କେତେକଙ୍କୁ ଭେଟି ପଚାରି ବୁଝିଥିଲୁ ରେଡିଓ ବିଷୟରେ..ସ୍ୱର ଦିନକୁ ଦିନ ଲିଭି ଲିଭି ଯାଉଛି, ଆଧୁନିକତା ଭିତରେ ହଜିଯାଉଛି ପୁରାତନ ସମୟର ପୁରପଲ୍ଲୀ ଅଂଚଳର ରେଡ଼ିଓ । ଦିନକୁ ଦିନ ସମୟ ବଦଳୁଛି । ସମାଜ ମଧ୍ୟ ତା ସହ ତାଳ ଦେଇ ବଦଳିବାରେ ଲାଗିଛି । ଆଧୁନିକ ମଣିଷର ଆବଶ୍ୟକତା ମଧ୍ୟ ବଦଳୁଛି, । ପୁରାତନ ଅମଳରେ ଯାହା ନିତ୍ୟାନ୍ତ ଆବଶ୍ୟକତା ଥିଲା ଆଜି ସମୟ ସ୍ରୋତରେ ଧୀରେ ଧୀରେ ଅଦରକାରୀ ପରି ମନେ ହେଉଛି । ଦିନ ଥିଲା ମଣିଷର ଏକମାତ୍ର ଗଣମାଧ୍ୟମ ଖବର ଜାଣିବାର ବେତାର ଯନ୍ତ୍ର ଥିଲା ରେଡିଓ । ପୁରପଲ୍ଲୀରେ ଘରେ ଘରେ ସମସ୍ତଙ୍କର ପ୍ରିୟ ଥିବା ରେଡିଓ ଏବେ ଉଭାନ ହେବା ରାସ୍ତାରେ । ଏହି ରେଡିଓର ସ୍ଥାନ ନେଲା ପ୍ରଥମେ କଳାଧଳା ଟେଲିଭିଜନ ଆଉ ଏବେ ହାତ ମୁଠାର ମୋବାଇଲ । ଆଉ ବେଶୀ ଦେଖିବାକୁ ମିଳୁନାହିଁ ରେଡ଼ିଓ । ଅତୀତରେ ରେଡିଓ କିପରି ସମସ୍ତଙ୍କର ପ୍ରିୟ ଓ ନିତ୍ୟାନ୍ତ ଆବଶ୍ୟକ ଥିଲା ତାହା ଆମେ ଜଣେ ଏବେ ମଧ୍ୟ ରେଡ଼ିଓକୁ ଆଦରକରି ଦୈନିକ ଶୁଣୁଥିବା ବ୍ୟକ୍ତିଙ୍କୁ ଭେଟି ପଚାରିଥିଲୁ । ସେ ହେଲେ ଦାନଗଦୀ ବ୍ଲକ ଧୂଳିଗଡ଼ ପଂଚାୟତର ମାନଗୋବିନ୍ଦପୁର ମଠ ସାହିର ନିତ୍ୟାନନ୍ଦ ଦାସ । ବୟସ ତାଙ୍କର ୬୫ ବୋଲି ସେ କୁହନ୍ତି । ତାଙ୍କୁ ଯେତେବେଳେ ୧୫ ବର୍ଷ ବୟସ ହୋଇଥିଲା ସେତବେଳେ ଘରେ ଥିବା ରେଡିଓରେ ରାଜ୍ୟଦେଶ ବିଦେଶର ଖବର ଶୁଣୁଥିଲେ । ଗାଁ ଗହଳିରେ ଆଜକୁ ୫୦ ବର୍ଷେ ପୂର୍ବେ କାଁ ଭାଁ କାହା ଘରେ ଗୋଟେ ଅଧେ ରେଡ଼ିଓ ରହୁଥିଲା ବହୁତ ବଡ଼ କଥା । ଆଜି ବି ପଚାଶ ବର୍ଷ ହେଲା ସେପରି ରେଡିଓ ଶୁଣି ଆସୁଛନ୍ତି । ଦିନେ ରେଡିଓ ନ ଶୁଣିଲେ ଦିନଟା ଭଲ ଲାଗେ ନାହିଁ । ସେ ଏବେ ଦୈନିକ ସମାଚାର ସହ କୃଷି ସୂଚନା ଶୁଣିଥାନ୍ତି । ସେହିପରି ଆଉ ଜଣେ ବୃଦ୍ଧା ଦାନଗଦୀ ବ୍ଲକ ଓଲ୍ଲଳ ପଞ୍ଚାୟତର କଂଟିପୁର ନୁଆସାହି ଗାଁରେ ବାସ କରନ୍ତି ଦୁର୍ଗାଚରଣ ଜେନା (୬୬)ା ସମସ୍ତେ ତାଙ୍କୁ ଡାକନ୍ତି ଦୁର ବୋଲି । ସେ ମଧ୍ୟ ତାଙ୍କ ସମୟରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି । କିନ୍ତୁ ତାଙ୍କୁ ଯେତେ ବେଳେ ୧୫ ବର୍ଷ ବୟସ ହୋଇଥିଲା ସେ ସେତେ ବେଳୁ ଘରେ ଥିବା ରେଡିଓ ଶୁଣି ଆସୁଛନ୍ତି । ସେ ଜଣେ ଚାଷୀ । ସେ କହନ୍ତି ଆଜିର ଯୁଗରେ ମୋବାଇଲ ଦେଖିବା ପିଲା ବେଶୀ । ହେଲେ କେହି କାହାକୁ ବିଶ୍ୱାସ ନାହିଁ । ମୋବାଇଲରେ ସବୁ ଜିନିଷ ଦେଖି ଦେଖି ଦିନକୁ ଦିନ ଖରାପ ରାସ୍ତାରେ ଯାଉଛନ୍ତି ଯୁବ ପିଢ଼ି । ତେଣୁ ଯୁଗ ଯେତିକି ଆଗେଇ ଯାଉଛି ପାଶ୍ଚାୟତ ସଭ୍ୟତାକୁ ପିଲାମାନେ ଗ୍ରହଣ କରି ନିଜର ଲୋକ କଳା ସଂସ୍କୃତି, ପରମ୍ପରାକୁ ଭୁଲି ଯାଉଛନ୍ତି । ଅତୀତରେ ବନ୍ୟା, ବାତ୍ୟା ଖବର ରେଡିଓରୁ ଖବର ମିଳୁଥିଲା । କେଉଁଠି କ୍ରିକେଟ ଖେଳ ହେଲେ ଲୋକମାନେ ରେଡିଓରେ ଧାରା ବିବରଣୀ ଶୁଣିଥିଲେ । ଆଜିର ସ୍ମାର୍ଟ ଯୁଗରେ କିଛି ହାତ ଗଣତି ମଣିଷ ଯିଏକି ଅତୀତର ପୁରୁଣା ସ୍ମୃତିକୁ ଏବେବି ଧରି ରଖିଛନ୍ତି । ଏତେ ଆଧୁନିକତା ଭିତରେ ଇଣ୍ଟରନେଟ ଯୁଗରେ ରେଡ଼ିଓ ଶୁଣିବାର ମଜା କିନ୍ତୁ କିଛି ଭିନ୍ନ ଓ ନିଆରା ସେ ଯାହା ହେଉ ଧୀରେ ଧୀରେ ସ୍ୱପ୍ନ ପାଲଟୁଥିବା ରେଡ଼ିଓ ଲାଗୁଛି । ଦିନେ ଇତିହାସ ପାଲଟି ଯିବ ଓ ତାହା ମୁ୍ୟଜିୟମରେ ଆଗାମୀ ପିଢ଼ି ପାଇଁ ରହିଯାଇ ପାରେ ବୋଲି କିଛି ବୁଦ୍ଧିଜୀବୀ ମତ ଦିଅନ୍ତି ।