ବିଜେପିର ବିଜୟରେ ପ୍ରିୟଙ୍କା ଖୁସି: ଦିଲ୍ଲୀ ନିର୍ବାଚନ

ଦିଲ୍ଲୀ ବିଧାନସଭା ନିର୍ବାଚନର ଚିତ୍ର ସ୍ପଷ୍ଟ ହୋଇଗଲାଣି । ଦୀର୍ଘ ୨୭ ବର୍ଷ ପରେ ବିଜେପି ସରକାର ଗଠନ କରିବ। ଭାରତୀୟ ରାଜନୀତିରେ ସକ୍ରିୟ ଥିବା ଆମ ଆଦମୀ ପାର୍ଟି ୧୦ ବର୍ଷ ପରେ କ୍ଷମତାରୁ ବାହାରେ । ଏସବୁ ମଧ୍ୟରେ, କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ତଥା ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦିଲ୍ଲୀ ନିର୍ବାଚନ ଫଳାଫଳ ଉପରେ  ସିଧାସଳଖ ଏବଂ ସ୍ପଷ୍ଟ ପ୍ରତିକ୍ରିୟା ଦେଇଛନ୍ତି । ଦିଲ୍ଲୀ ନିର୍ବାଚନ ଫଳାଫଳ ଉପରେ ପ୍ରତିକ୍ରିୟା ଦେଇ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଜନସାଧାରଣ ବହୁତ ଅତିଷ୍ଠ ହୋଇପଡିଥିଲେ । ଏଥର ଲୋକମାନେ ପରିବର୍ତ୍ତନ ପାଇଁ ଭୋଟ ଦେଇଥିଲେ । ବରିଷ୍ଠ କଂଗ୍ରେସ ନେତା ନିର୍ବାଚନରେ ବିଜୟୀ ହୋଇଥିବା ଅଭିନ୍ଦନ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ଦଳର ନେତା ଏବଂ କର୍ମୀମାନଙ୍କୁ ବିଜୟ ପାଇଁ ଏକ ଚାରି-ସୂତ୍ରୀ ଫର୍ମୁଲା ମଧ୍ୟ ଦେଇଛନ୍ତି । କଂଗ୍ରେସ ଲଗାତାର ଭାବରେ ତୃତୀୟ ଥର ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ନିଜର ଖାତା ଖୋଲିପାରି ନାହିଁ । ସେ କାହାର ନାମ ନ ନେଇ ଆମ ଆଦମୀ ପାର୍ଟିକୁ ସମାଲୋଚନା କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, 'ଦିଲ୍ଲୀର ଲୋକମାନେ ନିଜର ପରିସ୍ଥିତି ଦେଖି ବ୍ୟଥିତ ହୋଇପଡିଥିଲେ । ମୋର ବିଶ୍ୱାସ ସେମାନେ ପରିବର୍ତ୍ତନ ପାଇଁ ଭୋଟ ଦେଇଛନ୍ତି । ନିର୍ବାଚନରେ ଜିତିଥିବା ଲୋକଙ୍କୁ ଅନେକ ଅନେକ ଅଭିନନ୍ଦନ ।'