ଏସ୍ଆରସିକେଏମ୍ଏସର ସାଙ୍ଗଠନିକ ନିର୍ବାଚନ

କାଳିଆପାଣି : ସୁକିନ୍ଦା ରିଜିୟନ କ୍ରୋମାଇଟ ଖଦାନ ମଜଦୂର ସଂଘର ପ୍ରତ୍ୟେକ ଖଣିରେ ଥିବା ଶାଖାର ନୂତନ କର୍ମକର୍ତା ଚୟନ ପ୍ରକ୍ରିୟା ଶେଷ ହୋଇଛି । ଏହା ସୁକିନ୍ଦା ଖଣି ଅଂଚଳର ବୃହତ ମଜଦୂର ସଂଘ । ଚୟନ ହୋଇଥିବା କର୍ମକର୍ତ୍ତାଙ୍କୁ ସଂଘ ସଭାପତି ଇଂ. ପ୍ରୀତିରଞ୍ଜନ ଘଡାଇ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ଆଗାମି ଦିନରେ ସଂଘକୁ କିପରି ଅଧିକ ମଜବୁତ କରାଯିବ ଓ ଶ୍ରମିକ ଭାଇ ଭଉଣୀଙ୍କ ସ୍ୱାର୍ଥ ହାସଲ ପାଇଁ ଉଦ୍ୟମ ହେବ ସେ ନେଇ ନୂତନ କର୍ମକର୍ତ୍ତାଙ୍କ ସହିତ ଇଂ. ଘଡାଇ ଆଲୋଚନା କରିଥିଲେ । ନୂତନ କର୍ମକର୍ତ୍ତା ଶ୍ରମିକଙ୍କ ସ୍ୱାର୍ଥ ହାସଲ ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ ।