ଆମର ଶତ୍ରୁ ହେଉଛି, ‘ଅନ୍ୟ ଦେଶ ଉପରେ ନିର୍ଭରତା’

 ଅହମ୍ମଦାବାଦ: ଆମର ଶତ୍ରୁ ହେଉଛି, ‘ଅନ୍ୟ ଦେଶ ଉପରେ ନିର୍ଭରତା’  । ଆତ୍ମନିର୍ଭରତା ହେଉଛି ଶହେ ଦୁଃଖର ଗୋଟିଏ ଔଷଧ  । ୧୪୦ କୋଟିର ଭାରତ ବର୍ଷ  । ଚିପ୍ପରୁ ନେଇ ସିପ୍ ବା ଜାହାଜ ପର୍ଯ୍ୟନ୍ତ ଏଇଠାରେ ହିଁ ନିର୍ମାଣ ହେବା କଥା  । ଏଦିଗରେ ସରକାର ପଦକ୍ଷେପ ନେଉଛନ୍ତି  । ଭାରତ ଆତ୍ମନିର୍ଭର ନହେଲେ ବିକଶିତ ହୋଇପାରିବନି  । ସମସ୍ତେ ସ୍ୱଦେଶୀ ବ୍ୟବହାର କରନ୍ତୁ  । ସବୁ ଦୋକାନରେ ସ୍ୱଦେଶୀ ସାମଗ୍ରୀ ବିକ୍ରି ହେଉ  । ଏଭଳି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ।
‘ସମୁଦ୍ର ସେ ସମୃଦ୍ଧି’ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେଯେ, ଭାରତ ବିଶ୍ୱ ଭ୍ରାତୃତ୍ୱର ଭାବନାରେ ଆଗକୁ ବଢ଼ୁଛି  । ଆଜି ବିଶ୍ୱରେ ଭାରତର କୌଣସି ବଡ଼ ଶତ୍ରୁ ନାହିଁ  । କିନ୍ତୁ ବାସ୍ତବରେ ଭାରତର ସବୁଠାରୁ ବଡ଼ ଶତ୍ରୁ ହେଉଛି ଅନ୍ୟ ଦେଶ ଉପରେ ନିର୍ଭରଶୀଳତା  । ଏହି ନିର୍ଭରଶୀଳତାକୁ ସାମୂହିକ ଭାବରେ ଦୂର କରାଯିବା ଉଚିତ  । ଅତ୍ୟଧିକ ବିଦେଶୀ ନିର୍ଭରଶୀଳତା ଜାତୀୟ ବିଫଳତା ଆଡ଼କୁ ନେଇଯାଏ  । ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଆତ୍ମନିର୍ଭରଶୀଳ ହେବା ଉଚିତ  । ଅନ୍ୟମାନଙ୍କ ଉପରେ ନିର୍ଭରଶୀଳତା ଜାତୀୟ ସ୍ୱାଭିମାନକୁ ହାନି କରେ  । ୧୪୦ କୋଟି ଭାରତୀୟଙ୍କ ଭବିଷ୍ୟତକୁ ବାହ୍ୟ ଶକ୍ତି ଉପରେ ଛାଡ଼ି ଦିଆଯାଇପାରିବ ନାହିଁ  । ଜାତୀୟ ବିକାଶର ସଂକଳ୍ପ ବିଦେଶୀ ନିର୍ଭରଶୀଳତା ଉପରେ ଆଧାରିତ ହୋଇପାରିବ ନାହିଁ । ଭବିଷ୍ୟତ ପିଢ଼ିର ଭବିଷ୍ୟତକୁ ବିପଦରେ ପକାଇବା ଉଚିତ୍ ନୁହେଁ । ଶହ ଶହ ସମସ୍ୟାର କେବଳ ଗୋଟିଏ ସମାଧାନ;  ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ  । ଏହାକୁ ହାସଲ କରିବା ପାଇଁ ଭାରତକୁ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିବ  । ବାହ୍ୟ ନିର୍ଭରଶୀଳତା ହ୍ରାସ କରିବାକୁ ପଡ଼ିବ ଓ ପ୍ରକୃତରେ ଆତ୍ମନିର୍ଭରଶୀଳତା ଦେଖାଇବାକୁ ପଡ଼ିବ ।
ସେ କହିଥିଲେଯେ, ଭାରତ ଐତିହାସିକ ଭାବରେ ଏକ ଅଗ୍ରଣୀ ସାମୁଦ୍ରିକ ଶକ୍ତି ଏବଂ ସର୍ବବୃହତ ଜାହାଜ ନିର୍ମାଣ କେନ୍ଦ୍ର ମଧ୍ୟରୁ ଗୋଟିଏ । ଭାରତର ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ନିର୍ମିତ ଜାହାଜଗୁଡ଼ିକ ଥରେ ସ୍ଥାନୀୟ ଏବଂ ବିଶ୍ୱ ବାଣିଜ୍ୟକୁ ଶକ୍ତି ପ୍ରଦାନ କରୁଥିଲା । ୫୦ ବର୍ଷ ପୂର୍ବେ ମଧ୍ୟ ଭାରତ ସ୍ଥାନୀୟ ଭାବରେ ନିର୍ମିତ ଜାହାଜ ବ୍ୟବହାର କରୁଥିଲା, ଭାରତର ଆମଦାନି-ରପ୍ତାନିର ୪୦% ଏହା ଦ୍ୱାରା ହେଉଥିଲା । ଭାରତର ୯୫% ବାଣିଜ୍ୟ ବିଦେଶୀ ଜାହାଜ ଉପରେ ନିର୍ଭରଶୀଳ  । ଏହି ନିର୍ଭରଶୀଳତା  ଦେଶକୁ ବହୁତ କ୍ଷତି ପହଞ୍ଚାଇଛି  । ଭାରତ ପ୍ରତିବର୍ଷ ପ୍ରାୟ ୭୫ ବିଲିୟନ ଡଲାର - ପ୍ରାୟ ଛଅ ଲକ୍ଷ କୋଟି ଟଙ୍କା - ଜାହାଜ ଚଳାଚଳ ସେବା ପାଇଁ ବିଦେଶୀ ଜାହାଜ କମ୍ପାନୀଗୁଡ଼ିକୁ ଦେଇଥାଏ  । ଆତ୍ମନିର୍ଭରଶୀଳତାର କୌଣସି ବିକଳ୍ପ ନାହିଁ ଏବଂ ସମସ୍ତ ୧୪୦ କୋଟି ନାଗରିକଙ୍କୁ ସମାନ ସଂକଳ୍ପ ନେବାକୁ ପଡିବ ତାହା ଚିପ୍ସ ହେଉ କିମ୍ବା ଜାହାଜ, ସେଗୁଡ଼ିକୁ ଭାରତରେ ତିଆରି କରାଯିବା ଉଚିତ୍  । ସେ ନାଗରିକମାନଙ୍କୁ ମନେ ରଖିବାକୁ ଅନୁରୋଧ କରିଥିଲେଯେ, ସେମାନେ ଯାହା କିଣନ୍ତି ତାହା ସ୍ୱଦେଶୀ ହେବା ଉଚିତ୍ ଏବଂ ଯାହା ବିକ୍ରୟ କରନ୍ତି ତାହା ମଧ୍ୟ ସ୍ୱଦେଶୀ ହେବା ଉଚିତ  । ଦୋକାନୀମାନଙ୍କୁ ସମ୍ବୋଧିତ କରି ମୋଦି ସେମାନଙ୍କୁ ସେମାନଙ୍କ ଦୋକାନରେ ପୋଷ୍ଟର ଲଗାଇବାକୁ ଉସôାହିତ କରିଥିଲେ ଯେଉଁଥିରେ ଲେଖାଥିଲା ଗର୍ବର ସହିତ କୁହନ୍ତୁ, ଏହା ସ୍ୱଦେଶୀ  ।