ମୋଦିଙ୍କୁ ଟକ୍କର ଦେବେ କିନ୍ନର ମହାମଣ୍ଡଳେଶ୍ୱର ହିମାଙ୍ଗି

ମୋଦିଙ୍କୁ ଟକ୍କର ଦେବେ  କିନ୍ନର ମହାମଣ୍ଡଳେଶ୍ୱର ହିମାଙ୍ଗି

 ଚଳିତ ନିର୍ବାଚନର ଶେଷ ପର୍ଯ୍ୟାୟରେ ବାରଣାସୀ ପାଇଁ ମତଦାନ ହେବ ।  ନିର୍ବାଚନ ପାଖେଇ ଆସୁଥିବା ବେଳେ ବଢ଼ିବାରେ ଲାଗିଛି ରାଜନୈତିକ ହଲଚଲ । କିନ୍ତୁ ଏବେଠୁ ସେଠାରେ ରାଜନୈତିକ ହଲଚଲ ଦେଖାଗଲାଣି। କାରଣ ଏହି ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ କଡା ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛନ୍ତି ଜଣେ କିନ୍ନର।  ଏହି କିନ୍ନରଜଣକ ମହାମଣ୍ଡଳେଶ୍ୱର ହିମାଙ୍ଗି ସଖୀ ବୋଲି ଜଣାଯାଇଛି। ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ତାଙ୍କୁ ବାରଣାସୀ ପାଇଁ ପ୍ରାର୍ଥୀ କରାଯାଇଛି।

ଗତ ୨୭ ତାରିଖରେ ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ଉତ୍ତରପ୍ରଦେଶର ୨୦ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ବାରଣାସୀ ପାଇଁ ମହାମଣ୍ଡଳେଶ୍ୱର ହିମାଙ୍ଗି ସଖୀଙ୍କ ନାମ ଘୋଷଣା କରାଯାଇଛି।

ହିମାଙ୍ଗି ସଖୀ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ସେ ପ୍ରଥମ ଥର ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ଲୋକସଭା ଓ ବିଧାନସଭାରେ କିନ୍ନରଙ୍କ ପାଇଁ ସିଟ୍‌ ସଂରକ୍ଷଣ ନିମନ୍ତେ ସେ ଦାବି କରି ଆସୁଛନ୍ତି। ଏବେ ବି କିନ୍ନର ସମାନ ସଦସ୍ୟ ଭିକ୍ଷା ବୃତ୍ତି କରି ନଚେତ ବେଶ୍ୟାବୃତ୍ତି କରି ପେଟ ପୋଷୁଛନ୍ତି। ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ସରକାର କିଛି କରି ନାହାନ୍ତି। ତେଣୁ କିନ୍ନର ସମାଜକୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ହିମାଙ୍ଗି ।