ଦେଶରେ କରୋନା ଚିନ୍ତା

ମେ’ ସୁଦ୍ଧା ଭାରତ ଓ ପାକିସ୍ତାନ ସୀମାରୁ ସୈନ୍ୟ ପ୍ରତ୍ୟାହାର କରିବେ । ପାକିସ୍ତାନର ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥାକୁ ଏନେଇ ସୂଚନା ଦେଇଛନ୍ତି  । ଭାରତ-ପାକ୍ ବିବାଦ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ସୃଷ୍ଟିକରିଛି  । ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିଧାସଳଖ ପାକିସ୍ତାନରେ ପଶି ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଉଡ଼ାଇ ଦେଇଥିଲା  । ପରେପରେ ପାକିସ୍ତାନ ସେନା ବାହିନୀ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବାକୁ ଭାରତ ଉପରେ ଆକ୍ରମଣ କରିଥିଲା  । ଭାରତ ଓ ପାକ୍ ମଧ୍ୟରେ ଉତ୍ତେଜନା ଓ ଲଢ଼େଇ ଜୋରଦାର ହେବାରୁ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ ସମୁଦାୟ ନିବେଦନ କରିଥିଲେ  । କାହିଁକିନା ଭାରତ-ପାକ୍ ଯୁଦ୍ଧ ଜୋରଧରିଲେ ସାରା ଏସିଆ ମହାଦେଶରେ ଉତ୍ତେଜନା ପ୍ରକାଶ ପାଇବାର ସମ୍ଭାବନା ଥିଲା  । ବିଶେଷକରି ଭାରତ ଏବେ ବିଶ୍ୱର ବଡ଼ ବଜାର ହୋଇଥିବାରୁ ବିକଶିତ ଦେଶଗୁଡ଼ିକ ବି କ୍ଷତିଗ୍ରସ୍ତ ହୋଇଥା’ନ୍ତେ ।  ସମ୍ପ୍ରତି ଯୁଦ୍ଧବିରତି ହୋଇଥିଲେବି ସୀମାରେ ଉତ୍ତେଜନା ଲାଗିରହିଛି  । ତେଣୁ ଉଭୟ ଦେଶ ସୀମାରୁ ସୈନ୍ୟ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି  । ପର୍ଯ୍ୟାୟକ୍ରମେ ସେନା ପ୍ରତ୍ୟାହାର ହେବ  । ସୀମାରେ ଯେତିକି ସୁରକ୍ଷା ବଳ ରହିବା କଥା ତାହାଠାରୁ ବହୁ ଅଧିକ ଗୁଣା ସୈନିକ ଅଛନ୍ତି  । ତେଣୁ ଅତିରିକ୍ତ ସେନା ପ୍ରତ୍ୟାହୃତ ହେବ  । ଗତ ସପ୍ତାହରେ ବି ଭାରତୀୟ ସେନାବାହିନୀ ପକ୍ଷରୁ ଏନେଇ ସଂକେତ ଦିଆଯାଇଥିଲା  । ଶ ଦିନ ଭିତରେ ଏହା ସରିଯିବା କଥା । କିନ୍ତୁ କେତେକ ସମସ୍ୟା ଯୋଗୁଁ ସୈନ୍ୟ ପ୍ରତ୍ୟାହାର ହୋଇପାରିନାହିଁ ।