ସହରୀକରଣ ପାଇଁ ଉତ୍ତାପ ବୃଦ୍ଧି: ଆଇଆଇଟି

ଜଟଣୀ: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱରର ଗବେଷଣାକାରୀଙ୍କ ଦ୍ୱାରା ଅଧ୍ୟୟନରୁ ଜଣାପଡିଛି ଯେ କେବଳ ସହରୀକରଣ ଭାରତୀୟ  ସହରରେ ୬୦% ପର୍ଯ୍ୟନ୍ତ ଅତିରିକ୍ତ ଉତ୍ତାପ ସୃଷ୍ଟି କରିଛି ଏବଂ ବିଭିନ୍ନ ସହର ମଧ୍ୟରେ ପରିବର୍ତ୍ତନଶୀଳତା ରହିଛି । ଏହି ଅନୁସନ୍ଧାନ ଭାରତୀୟ ସହରଗୁଡିକ ପାଇଁ ସହରୀକରଣର ଏକ ବିଜ୍ଞାନଭିତ୍ତିକ ପରିମାଣିକ ମାନ୍ୟତା ପ୍ରଦାନ କରୁଛି । 'ନେଚର୍ ସିଟିଜ' ଜର୍ଣ୍ଣାଲରେ ପ୍ରକାଶିତ "ସହରୀକରଣ ଏବଂ ଆଞ୍ଚଳିକ ଜଳବାୟୁ ପରିବର୍ତ୍ତନ-ସଂଯୁକ୍ତ ଭାରତୀୟ ସହରଗୁଡ଼ିକର ଉଷ୍ମତା' ଶୀର୍ଷକ ଏହି ଅଧ୍ୟୟନ ହେଉଛି ଏ କ୍ଷେତ୍ରରେ ପ୍ରଥମ ଗବେଷଣା, ଯାହା କି ଏକାଧିକ ସହରରେ ଆଞ୍ଚଳିକ ଜଳବାୟୁ ପରିବର୍ତ୍ତନ ଏବଂ ସହରୀକରଣକୁ ଯତ୍ନର ସହିତ ପୃଥକ କରି ଅନ୍ତର୍ନିହିତ ସୂଚନା ପ୍ରଦାନ କରୁଛି । 
ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତୀୟ ୧୪୧ ପ୍ରମୁଖ ସହରରେ ଦେଖାଯାଇଥିବା ଭୂପୃଷ୍ଠ ଉତ୍ତାପରେ ସ୍ଥାନୀୟ-ସହରୀକରଣ ଏବଂ ଆଞ୍ଚଳିକ ଜଳବାୟୁ ପରିବର୍ତ୍ତନର ଅବଦାନ ଅନୁସନ୍ଧାନ କରାଯାଇଛି । ୨୦୦୩ ରୁ ୨୦୨୦ ମଧ୍ୟରେ ନାସାର ଆକ୍ୱା ଉପଗ୍ରହରେ ସେନ୍ସରରୁ ୧୮ ବର୍ଷର ଉଚ୍ଚ-ବିଭେଦନ ସ୍ଥଳ ପୃଷ୍ଠର ତାପମାତ୍ରା ତଥ୍ୟକୁ ବ୍ୟବହାର କରି ଆଇଆଇଟିର ଗବେଷଣାକାରୀ ଦଳ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଉଷ୍ମତା ଧାରାକୁ ଯତ୍ନର ସହ ତୁଳନା କରିଥିଲେ । ଏହି ଅନୁସନ୍ଧାନକୁ ଆଇଆଇଟି ଭୁବନେଶ୍ୱରର ସ୍କୁଲ ଅଫ୍ ଆର୍ଥ, ଓଶନ୍ ଆଣ୍ଡ୍ କ୍ଲାଇମେଟ ସାଇନ୍ସେସର ଆସୋସିଏଟ୍ ପ୍ରଫେସର ଡକ୍ଟର ଭି ଭିନୋଜ, ମହାସାଗର ଏବଂ ଜଳବାୟୁ ବ