ବ୍ରିଟେନରେ ଶେଷ ହେଲା ସୁନକ ରାଜ୍,କେର୍ ଷ୍ଟାରମର ବିଜୟୀ

ନୂଆଦିଲ୍ଲୀ:  ବ୍ରିଟେନରେ ଶେଷ ହେଲା ସୁନକ ରାଜ୍ । ବ୍ରିଟେନ ନିର୍ବାଚନରେ କେର୍ ଷ୍ଟାରମରଙ୍କ ଲେବର ପାର୍ଟିକୁ ମିଳିଛି ବହୁମତ । ୧୪ ବର୍ଷ ପରେ ବ୍ରିଟେନରେ କ୍ଷମତାଚ୍ୟୁତ ହେଲା କଞ୍ଜରଭେଟିଭ୍ ପାର୍ଟି । ନିର୍ବାଚନରେ ଋଷି ସୁନକଙ୍କ ପରାଜୟ ହେବା ପରେ ବିଜୟୀ କେର୍ ଷ୍ଟାରମରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିର୍ବାଚନରେ କଞ୍ଜରଭେଟିଭ୍ ପାର୍ଟିର ପରାଜୟ ପାଇଁ ନିଜକୁ ମଧ୍ୟ ଦାୟୀ କରିଛନ୍ତି ନେତା ଋଷି ସୁନକ । ଦୀର୍ଘ ୧୪ ବର୍ଷ ପରେ ବ୍ରିଟେନରେ ବଦଳିଲା ସରକାର । ଗତକାଲି ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ଏହା ଓଡ଼ିଆ ସ୍ପଷ୍ଟ ନୁ୍ୟଜ ଖବର ବେଳେ ଆଜି ଭୋଟ୍ ଗଣତି ହୋଇଥିଲା। ନିର୍ବାଚନ ଜିତିବା ପରେ ଲେବର ପାର୍ଟି ନେତା କେର୍ ଷ୍ଟାରମର ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ। ଇଂଲଣ୍ଡ, ସ୍କଟଲାଣ୍ଡ, ୱେଲ୍ସ ଓ ଉତ୍ତର ଆୟର୍ଲାଣ୍ଡର ୬୫୦ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହୋଇଥିଲା । ନିର୍ବାଚନରେ ଲେବର ପାର୍ଟି ୩୭୮ ଆସନରେ ବିଜୟ ସହ ପୂର୍ଣ୍ଣ ବହୁମତ ପାଇଥିବାବେଳେ ସୁନକଙ୍କୁ ୯୨ଟି ଆସନ ମିଳିଛି ଏବଂ ଅନ୍ୟାନ୍ୟ ପାଇଛନ୍ତି ୯୦ଟି ଆସନ ।