କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
ଖୋର୍ଦ୍ଧା : ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ ସଭାପତିତ୍ୱରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଛି । ଏହି ସାମ୍ବାଦିକ ସମିଳନୀରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ରାଜ୍ୟ ମିଡିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ଯୋଗ ଦେଇଥିବା ବେଳେ, ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଗୋପନ ମାର୍ଥ, ପିସିସି ମୁଖପତ୍ର ଅମିତ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ପୃଥବଲ୍ଲଭପଟନାୟକ, ସୋନାଲି ସାହୁ, ପ୍ରଦୀପ ସାଇଁ, ଛାତ୍ରନେତା ସୌମ୍ୟରଞ୍ଜନ ବରାଳ, ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଏହି ସାମ୍ବାଦିକ ସମିଳନୀ ଦ୍ୱାରା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତୀୟ ଜନତା ପାର୍ଟି କିପରି ଭୋଟ ଚୋରି କରି ରାଜ୍ୟ ଶାସନ ଭାବର ହାତକୁ ନେଇଛି ତାହାଉପରେ ବିସ୍ତୃତ ଭାବରେ ପ୍ରକାଶ କରିବା ସହିତ ଏହା ଏକ କୂଟନୈତିକ ରାଜନୀତି ବୋଲି ପ୍ରକାଶ କରିଛନ୍ତି । ଦେଶ ବ୍ୟାପୀ ଲୋକସଭା ସିଟରେ ଭୋଟ ଚୋରୀ ଯୋଗୁ କଂଗ୍ରେସ ପ୍ରାର୍ଥୀ ମାନେ ପରାଜୟର ସମ୍ମୁଖୀନ ହୋଇଛନ୍ତି । କିଭଳି କେତେକ ନିର୍ବାଚନରେ ଭାଜପାକୁ ଜିତାଇବା ପାଇଁ ଭାରତର ନିର୍ବାଚନ କମିଶନ(ଇସିଆଇ) ଅସାଧୁ ଉପାୟ ଅବଲମ୍ବନ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାର ଖୁଲାସା କରି ସାରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ରାଜ୍ୟ ମିଡିଆ ସେଲ ଅଧକ୍ଷ ଅରବିନ୍ଦ ଦାସ ସାମ୍ବାଦିକ ସମିଳନୀରେ ପ୍ରକାଶ କରିଛନ୍ତି । ଭାଜପାର ଭୋଟ ଚୋରୀ ସଂକ୍ରାନ୍ତରେ ଜିଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ପୂର୍ତ ବଙ୍ଗଳା ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପିସିସି ମିଡିଆ ଅଧକ୍ଷ ଦାମ କହିଲେ ଯେ, ଭୋଟ ଜାଳିଆତି, ନକଲି ଠିକଣା, ଗୋଟିଏ ଠିକଣାରେ ଅନେକ ଭୋଟର ସମ୍ପର୍କରେ ରାହୁଲ ଖୁଲାସା କରିସାରିଛନ୍ତି । ଭୋଟର ତାଲିକାରେ ବ୍ୟାପକ ଜାଳିଆତି ଦେଶରେ ନିର୍ବାଚନ ପ୍ରକ୍ରିୟାରେ ସଚ୍ଛତା, ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ସେ ମତପ୍ରକାଶ କରିଛନ୍ତି ।