ଆର୍ସିବିକୁ ହରାଇ ଗୁଜରାଟ୍ ବିଜୟୀ

 ନୂଆଦିଲ୍ଲୀ : ଆଇପିଏଲ୍ ୧୮ତମ ସଂସ୍କରଣର ୧୪ତମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବେଙ୍ଗାଲୁରୁ ଓ ଗୁଜରାଟ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍ରେ ୮ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇ ଗୁଜରାଟ ଟାଇଟନ୍ସ ମ୍ୟାଚ୍ ଜିତିଯାଇଥିଲା । ଗୁଜୁରାଟର ଦୁଇ ଓପନର ପ୍ରଥମେ ଆସି ମ୍ୟାଚ୍ର ପାଳିକୁ ଭଲଭାବେ ସମ୍ଭାଲିଥିଲେ । ଓପନର ସାଇ ସୁଦର୍ଶନ ୩୬ ବଲରେ ୪୯ କରି ଆଉଟ୍ ହୋଇଥିଲେ । ସେ ଅର୍ଦ୍ଧଶତକରୁ ବର୍ତ୍ତିଯାଇ ଦୁଃଖରେ ପାଭିଲିଅନ ଫେରିଥିଲେ । ସେହିପରି କ୍ୟାପଟେନ ସୁବମନ ଗିଲ ୧୪ ବଲରେ ୧୪ ରନ୍ କରି ନିରାଶ ହୋଇଥ୍ôଲେ । ପରେ ଜୋସ୍ ବୋଟଲର୍ ୩୯ ବଲରେ ୭୩ ରନ୍ ଓ ସେରଫେନ୍ ରଥରଫୋର୍ଡ ୧୮ ବଲରେ ୩୦ ରନ୍ କରି ମ୍ୟାଚକୁ ବିଜୟୀ କରାଇଥିଲେ । ଫଳରେ ଆଇପିଏଲ ପଏଣ୍ଟ ଟେବୁଲର ଉପରେ ଥିବା ଆର୍ସିବି ତୃତୀୟ ସ୍ଥାନକୁ ଖସିଆସିଛି । ଗୁଜୁରାଟ ଚତୁର୍ଥ ସ୍ଥାନରେ ରହିଛି । 
ଗୁଜରାଟ ଟିମ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା । ରଜତ ପାଟିଦାରଙ୍କ ନେତୃତ୍ୱରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୬୯ ରନ୍ ସଂଗ୍ରହ କରିଥିଲା । ଗୁଜରାଟକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୭୦ ରନ୍ ଲକ୍ଷ୍ୟ ଦେଇଥିଲା ବେଙ୍ଗାଲୁରୁ । ବେଙ୍ଗାଲୁରୁର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ୪୨ ରନ୍ ବେଳକୁ ଦଳ ୪ଟି ମୂଲ୍ୟବାନ ୱିକେଟ୍ ହରାଇ ସାରିଥିଲା । ଦଳର ସ୍କୋର ୮ ରନ୍ରେ ବିରାଟ କୋହଲି, ୧୩ ରନ୍ରେ ଦେବଦତ୍ତ ପଡିକ୍କଲ ଓ ୩୫ ରନ୍ରେ ଫିଲିପ୍ ସଲ୍ଟ ଆଉଟ୍ ହୋଇଥିଲେ । ବେଙ୍ଗାଲୁରୁ ପାଇଁ ଲିଆମ୍ ଲିଭିଂଷ୍ଟୋନ୍ ବ୍ୟକ୍ତିଗତ ଭାବେ ସର୍ବାଧିକ ୫୪ ରନ୍ ସଂଗ୍ରହ କରିଥିଲେ । ସେ ୪୦ଟି ବଲ୍ ଖେଳି ଗୋଟିଏ ଚୌକା ଓ ୫ଟି ଛକା ମାରିଥିଲେ । ଜିତେଶ ଶର୍ମାଙ୍କ ବ୍ୟାଟ୍ରୁ ୩୩ ରନ୍ ଅମଳ ହୋଇଥିଲା । ସେ ୨୧ଟି ବଲ୍ରୁ ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଟିମ୍ ଡାଭିଡ ୧୮ଟି ବଲ୍ ଖେଳି ୩ଟି ଚୌକା ଓ ୨ଟି ଛକା ବଳରେ ୩୨ ରନ୍ ସଂଗ୍ରହ କରିଥିଲେ । ସେହିପରି ପ୍ରାରମ୍ଭିକ ବ୍ୟାଟର ଫିଲିପ୍ ସଲ୍ଟ ୧୪ ରନ୍, ବିରାଟ କୋହଲି ୭ ରନ୍, ଦେବଦତ୍ତ ପଡିକ୍କଲ ୪ ରନ୍, ରଜତ ପାଟିଦାର ୧୨ ରନ୍, କୃଣାଳ ପାଣ୍ଡ୍ୟା ୫ ରନ୍ ଓ ଭୁବନେଶ୍ୱର କୁମାର ଅପରାଜିତ ୧ ରନ୍ ସଂଗ୍ରହ କରିଥିଲେ । ଗୁଜରାଟ ପାଇଁ ମହମ୍ମଦ ସିରାଜ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ସେହିପରି ରବି ଶ୍ରୀନିବାସନ ୨ଟି ୱିକେଟ୍ ନେଇଥିଲା ବେଳେ ଅର୍ଶଦ ଖାନ, ପ୍ରସିଦ୍ଧ କ୍ରିଷ୍ଣା ଓ ଈଶାନ୍ତ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।