ନିର୍ବାଚନ ଆୟୋଗ ପକ୍ଷରୁ ଏକଜିଟ ପୋଲ ନିଷିଦ୍ଧ ଘୋଷଣା

ନିର୍ବାଚନ ଆୟୋଗ ପକ୍ଷରୁ ଏକଜିଟ ପୋଲ ନିଷିଦ୍ଧ  ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଏକଜିଟ ପୋଲ ଉପରେ ନିଷିଦ୍ଧ ଘୋଷଣା କରାଯାଇଛି।  ଜୁନ ୧ ତାରିଖ ପର୍ୟ୍ୟନ୍ତ ଏକଜିଟ ପୋଲକୁ ନିଷିଦ୍ଧ ହୋଇଛି। ଜୁନ ୧ ତାରିଖ ସନ୍ଧ୍ୟା ସାଢ଼େ ୬ଟା ଯାଏଁ ଏକଜିଟ ପୋଲ ନିଷିଦ୍ଧ ହୋଇଛି ବୋଲି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି।
ଗଣତନ୍ତ୍ରର ମହାନ ପର୍ବ ସାଧାରଣ ନିର୍ବାଚନ-୨୦୨୪ ଆଜି ଠାରୁ ଭାରତରେ ଆରମ୍ଭ ହୋଇଛି। ଜନସାଧାରଣ ସେମାନଙ୍କ ମନପସନ୍ଦ ପ୍ରାର୍ଥୀ ମନୋନୟନ ପାଇଁ ଆଜିଠାରୁ ମତଦାନ ଆରମ୍ଭ କରିଛନ୍ତି। ୭ଟି ପର୍ୟ୍ୟାୟରେ ମୋଟ ୫୪୩ ଲୋକସଭା ଆସନ ପାଇଁ ଭାରତବାସୀ ଭୋଟ ଦେବେ। ଏହିକ୍ରମରେ ଆଜି ପ୍ରଥମ ପର୍ୟ୍ୟାୟରେ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ମତଦାନ ଶେଷ ହୋଇଛି।