ଝାଡ଼ାବାନ୍ତି ବ୍ୟାପି ଥିବା ଅଞ୍ଚଳ ପରିଦର୍ଶନରେ ସ୍ବାସ୍ଥ୍ୟ ବିଭାଗ ଟିମ୍
ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଝାଡ଼ାବାନ୍ତି ବ୍ୟାପି ଥିବା ବେଳେ ଗୁରୁବାର ସ୍ବାସ୍ଥ୍ୟ ବିଭାଗର କେନ୍ଦ୍ରୀୟ ରାଜ୍ୟ ଟିମ୍ ଭଦ୍ରକ ଜିଲା ଗସ୍ତରେ ଆସିଛନ୍ତି। ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧୀର ରଞ୍ଜନ ନାୟକଙ୍କ ସହ ଆଲୋଚନା କରୁଛନ୍ତି। ପରେ ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ଆକ୍ରାନ୍ତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଜିଲାରେ ଭଣ୍ଡାରିପୋଖରୀ ବ୍ଲକରେ ୨୦ ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁହୋଇଛି। ସେହିପରି ଧାମନଗରରେ ୨୦ ଆକ୍ରାନ୍ତ ହୋଇଥିବା ବେଳେ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଅଛନ୍ତ। ଜିଲାରେ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ମୁଖ୍ୟ ଚିକିତ୍ସାଧିକାରୀ ନାୟକ କହିଛନ୍ତି। ଅପରପକ୍ଷେ ସଚେତନତା ରଥ ପରିକ୍ରମା କରାଯାଇ ଲୋକଙ୍କୁ ସଚେତନ କରାଯାଉଛି। ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ହୋଟେଲ ମିଠା ଦୋକାନ, ଫାଷ୍ଟଫୁଡ୍ ଦୋକାନରେ ନିୟମିତ ଯାଞ୍ଚ କରାଯାଉଛି। ଜଳ ଉତ୍ସଗୁଡ଼ିକ ବିଶୋଧନ କରାଯାଉଛି।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
