TikTokର ମାଲିକ ହେବେ ମସ୍କ!

TikTokର ମାଲିକ ହେବେ ମସ୍କ!

 ଜାନୁଆରୀ ୧୯ପରେ ଆମେରିକାରେ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଯିବାର ରିପୋର୍ଟ ମଧ୍ୟରେ, ବ୍ଲୁମବର୍ଗର ଏକ ପ୍ରମୁଖ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟରେ ଦାବି କରାଯାଇଛି ଯେ ଚାଇନାର ଟିକଟକର ଆମେରିକା କାର୍ଯ୍ୟକୁ କୋଟିପତି ଏଲୋନ ମସ୍କଙ୍କୁ ବିକ୍ରି କରିବାର ବିକଳ୍ପ ଉପରେ ବିଚାର କରୁଛି। ରିପୋର୍ଟରେ କୁହାଯାଇଛି ଯେ ଯଦି TikTok କମ୍ପାନୀର ମାଲିକମାନେ ଆମେରିକୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରସ୍ତାବିତ ପ୍ରତିବନ୍ଧକକୁ ଏଡାଇ ପାରିବେ ନାହିଁ, ତେବେ ସେମାନେ ମସ୍କଙ୍କ ସହ ଏକ ଚୁକ୍ତି ବିଷୟରେ ବିଚାର କରୁଛନ୍ତି।
ରିପୋର୍ଟରେ କୁହାଯାଇଛି ଯେ ଚାଇନା କର୍ତ୍ତୃପକ୍ଷଙ୍କ ପ୍ରଥମ ପ୍ରାଥମିକତା ହେଉଛି ଯେ ଟିକଟକ ମୂଳ କମ୍ପାନୀ ByteDance ଅଧୀନରେ ରହୁ। ଯଦି ଏହି ଭିଡିଓ ଶେୟାରିଂ ଆପ ଆମେରିକାରେ ନିଷିଦ୍ଧ ହୁଏ, ତେବେ ସେମାନେ ଏହାକୁ ମସ୍କକୁ ବିକ୍ରୟ କରିବା ପାଇଁ ସମ୍ଭାବ୍ୟ ବିକଳ୍ପଗୁଡ଼ିକ ଉପରେ ଆଲୋଚନା କରିବେ।
ସୂଚନାଯୋଗ୍ୟ, ଭିଡିଓ ଶେୟାରିଂ ଆପ ଟିକଟକ ଜାନୁଆରୀ ୧୯ପରେ ଆମେରିକାରେ ବ୍ୟାନ ହୋଇଯିବ। ଶୁକ୍ରବାର (ଜାନୁଆରୀ ୧୦) ଦିନ, ଆମେରିକାର ସୁପ୍ରିମକୋର୍ଟର ଅଧିକାଂଶ ବିଚାରପତି ଜାନୁଆରୀ ୧୯ ତାରିଖରୁ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଥିବା ସଂଘୀୟ ଆଇନକୁ ବଜାୟ ରଖିବା ସପକ୍ଷରେ ଥିବା ଜଣାପଡ଼ୁଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି, ଏପରି ପରିସ୍ଥିତିରେ ଆମେରିକାରେ ଟିକଟକ ସମ୍ପୂର୍ଣ୍ଣ ଭାବରେ ନିଷିଦ୍ଧ ହୋଇଯିବ ବୋଲି ନିଶ୍ଚିତ ଭାବରେ କୁହାଯାଉଛି। ପ୍ରକୃତରେ, ଟ୍ରମ୍ପ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ବେଜିଂ ବିରୁଦ୍ଧରେ ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।