ଆରସା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ

ଆରସା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ

ବିଫଳତାକୁ ପଛରେ ପକାଇ ଅଗ୍ରସର ହେବା ଉଚିତ: ଜିଲ୍ଲାପାଳ
ତିହିଡି : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ତିନି ଦିନ ଧରି ସମାରୋହରେ ଅନୁଷ୍ଠିତ ହୋଇ ରବିବାର ରାତି୍ରରେ ଉଦଯାପିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ପ୍ରଜ୍ଞାପାରମିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବ ପ୍ରାରମ୍ଭରେ ଅତିଥିମାନେ ଜଗନ୍ନାଥଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । 
ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଓ ବନେ୍ଦ ଉକ୍ରଳ ଜନନୀ ସଂଗୀତ ଗାନ କରାଯାଇଥିଲା । ପୂର୍ବାଞ୍ଚଳ ପୁଲିସ ଉପ ମହାନିରୀକ୍ଷକ ଡ. ସତ୍ୟଜିତ ନାୟକ ମୁଖ୍ୟ ଅତିଥି, ଭଦ୍ରକ ଜିଲାପାଳ ଦିଲିପ କୁମାର ରାଉତରାଏ ମୁଖ୍ୟବକ୍ତା, ଆରକ୍ଷୀ ଅଧିକ୍ଷକ ମଦକର ସନ୍ଦୀପ ସମ୍ପତ, ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ହାସ୍ୟ ଅଭିନେତା ହରିହର ମହାପାତ୍ର ସମ୍ମାନୀତ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପ୍ରଦୋଷ କୁମାର ସ୍ୱାଇଁ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗୋଲକ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଓ ଚାରା ଗଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ସ୍କୁଲର ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିବା ବେଳେ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ଓ ତାଙ୍କ ଟିମ ସଙ୍ଗୀତ ପରିବେଷଣ କରିଥିଲେ । ସେହିପରି ପୂର୍ବାହ୍ଣରେ ଅନୁଷ୍ଠିତ ୧ମ ଅଧିବେଶନରେ ପୁରାତନ ଛାତ୍ରଛାତ୍ରୀଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ପ୍ରଫୁଲ୍ଲ କୁମାର ରାଉତ, ସମ୍ପାଦକ ସୁଶାନ୍ତ କୁମାର ବାରିକ, କମିଟିର କାର୍ଯ୍ୟକାରୀ ସଦସ୍ୟ ସୁଧାଂଶୁ ଶେଖର ନାୟକ, ମିଡିଆ ସଂଯୋଜକ ତ୍ରିଲୋଚନ ଗୌତମ, କ୍ଷମାମୟ ପାଣ୍ଡବ, ହେମନ୍ତ ମହାନ୍ତି, ମଳୟ ନାୟକ, ଉମାକାନ୍ତ ଦାସ, ଅଜୟ ରାଉତ, ରତିକାନ୍ତ ଦାସ, ଧୀରେନ୍ଦ୍ର ସାହୁ, ସୁମନ୍ତ ମହାନ୍ତି, ରାଜେନ୍ଦ୍ର ପଣ୍ଡା, ଗୌରହରି ମହାନ୍ତି ଓ ଲକ୍ଷ୍ମୀକାନ୍ତ ମହାନ୍ତି ପ୍ରମୁଖଙ୍କ ସମେତ ସ୍କୁଲର ସମସ୍ତ ପୁରାତନ ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ଏହି ୩ ଦିନ ବ୍ୟାପୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।