ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିପାତ

 ଏପ୍ରିଲ ୨୨ ତାରିଖରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ କାଶ୍ମୀରରେ ଆତଙ୍କୀ ନିରୋଧ ଅପରେସନ୍‌ ଜୋରଦାର ହୋଇଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ ସୁରକ୍ଷାବାହିନୀର  ‘ଅପରେସନ୍‌ ମହାଦେବ’   ଏବଂ ‘ଅପରେସନ୍‌ ଶିବଶକ୍ତି’ରେ ୫ ଆତଙ୍କବାଦୀ ନିପାତ ହେବାପରେ ଶୁକ୍ରବାର ପୁଣିଥରେ ଅପରେସନ୍‌ ଅଖଲ୍‌ ଆରମ୍ଭ ହୋଇଥିଲା। ଅପରେସନ୍‌ ଅଖଲ୍‌ରେ ମଧ୍ୟ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି ।  ଜମ୍ମୁ କାଶ୍ମୀର କୁଲଗାମ ଜିଲ୍ଲାର ଅଖଲ୍‌ ଜଙ୍ଗଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି  ।  ଆତଙ୍କବାଦୀମାନେ ଏଲ୍‌ଇଟିର ଶାଖା ଟିଆରଏଫ୍‌ ସହ ଜଡ଼ିତ ଏବଂ ସେମାନଙ୍କର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତି ଥିବା ଜଣାପଡ଼ିଛି ।   ଅଖଲ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ସୂଚନା ପାଇବାପରେ ସେନା, ସିଆରପିଏଫ୍‌,  ଜମ୍ମୁ କାଶ୍ମୀର ପୁଲିସ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ  ।     ଅପରେସନ୍‌ ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବାରୁ ଏହା ଏନ୍‌କାଉଣ୍ଟରରେ ପରିଣତ ହୋଇଥିଲା  ।   ଅଧିକାରୀମାନେ କହିଛନ୍ତି, ଆତଙ୍କବାଦୀମାନେ ଶ୍ରୀନଗର ନିକଟସ୍ଥ ଦଚିଗାମ୍‌ ଜାତୀୟ ଉଦ୍ୟାନରେ ଲୁଚିଥିଲେ ବୋଲି ବିଶ୍ବାସ କରାଯାଉଛି  ।   ଉଲ୍ଳେଖଯୋଗ୍ୟ, ଅପରେସନ୍‌ ମହାଦେବ ଏବଂ ଶିବଶକ୍ତିର କିଛି ଦିନ ପରେ ଏହି ଏନ୍‌କାଉଣ୍ଟର ହୋଇଛି ।   ଅପରେସନ୍‌ ମହାଦେବରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ସୁଲେମାନ ଶାହ ଓରଫ ମୁସା ସମେତ ୩ ଆତଙ୍କବାଦୀ ନିପାତ ହୋଇଥିଲେ  ।  ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଥିଲା ।