ଆଜି ପ୍ରୟାଗରାଜରେ ପ୍ରଥମ ସାହି ସ୍ନାନ
ନୂଆଦିଲ୍ଲୀ: ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜରେ ହୋଇଛି ପ୍ରଥମ ସାହି ସ୍ନାନ । ଭୋର ୫ଟା ୧୫ରୁ ବିଭିନ୍ନ ଆଖଡ଼ାର ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁଙ୍କ ସ୍ନାନ ଆରମ୍ଭ ହୋଇଛି। ପ୍ରଥମେ ମହାନିର୍ବାଣୀ ଓ ଅଟଳ ଆଖଡ଼ା ସାଧୁମାନେ ବୁଡ଼ ପକାଇଛନ୍ତି। ତା’ପରେ ଅନ୍ୟ ଆଖଡ଼ା ଓ ଶ୍ରଦ୍ଧାଳୁଙ୍କୁ ସ୍ନାନ ଅନୁମତି ମିଳିଛି। ଆଜି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦୁଇଗୁଣା ହେବା ନେଇ ଅନୁମାନ କରିଛି ଉତ୍ତର ପ୍ରଦେଶ ପ୍ରଶାସନ। ଗତକାଲି ପ୍ରଥମ ଦିନରେ ବୁଡ଼ ପକାଇଥିଲେ ଦେଢ଼ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ। ଖାଲି ସନାତନୀ ହିନ୍ଦୁ ନୁହନ୍ତି ବହୁ ବିଦେଶୀ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ। ହୋମ ଯଜ୍ଞ ଓ ଆଳତି ସାଙ୍ଗକୁ ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ପ୍ରୟାଗତୀର୍ଥର ପରିସୀମା। ୧୪୪ ବର୍ଷ ପରେ ଏହି ମହାକୁମ୍ଭରେ ଦେଶବିଦେଶର କୋଟି କୋଟି ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି। ମହାକୁମ୍ଭରେ ସ୍ନାନ କରିବା ଦ୍ୱାରା ପାପରୁ ମୁକ୍ତି ସହ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
