ଶହୀଦ ସପ୍ତାହରେ ମାଓବାଦୀ ଉଡ଼ାଇଲେ ରେଲଓ୍ବେ ଟ୍ରାକ୍
ଶହୀଦ ସପ୍ତାହରେ ପୁଣି ହିଂସ୍ର ହୋଇଛନ୍ତି ମାଓବାଦୀ। ରବିବାର ମାଓବାଦୀମାନେ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ କରି ରେଲଓ୍ବେ ଟ୍ରାକ ଉଡ଼ାଇ ଦେଇଛନ୍ତି। ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ଜଣେ ରେଲଓ୍ବେ କର୍ମଚାରୀ ଗୁରୁତର ହୋଇଛନ୍ତି। ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ମାଓବାଦୀମାନେ ଟ୍ରାକ୍ ଉଡ଼ାଇବାରୁ ଏହି ଟ୍ରାକ୍ରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।