ପୁଲିସକୁ ହାଣିଥିବା ଅଭିଯୁକ୍ତକୁ ଏନକାଉଣ୍ଟର

ସମ୍ବଲପୁର: ଜଣେ କନଷ୍ଟେବଲଙ୍କୁ ହାଣି ତାଙ୍କ ପାପୁଲି ଛିଡ଼ାଇଥିବା ଅଭିଯୁକ୍ତକୁ ପୁଲିସ ଏନକାଉଣ୍ଟର କରିଛି । କଟାପାଲି ନିକଟ ଜଙ୍ଗଲରେ ଏହି ଏନକାଉଣ୍ଟର କରାଯାଇଛି । ଏଥିରେ ଅଭିଯୁକ୍ତ କମଲୁ ପ୍ରଧାନଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି । ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।   ସମ୍ବଲପୁର ବୁର୍ଲା ଥାନା ଝରାପାଲି ଗ୍ରାମରେ ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ଯାଇଥିବାବେଳେ ପୁଲିସ ଉପରେ ଆକ୍ରମଣ ହୋଇଥିଲା । ଏହି ଅବସରରେ କନଷ୍ଟେବଳ ସରୋଜ ଭୋଇ ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ ।ଏକ ଧାରୁଆ ଅସ୍ତ୍ରରେ ହାଣି କମଲୁ ସମ୍ପୃକ୍ତ କନଷ୍ଟେବଲଙ୍କ ହାତ ପାପୁଲି ଛିଣ୍ଡାଇଦେଇଥିଲା । ଘଟଣା ପର ଠାରୁ କମଲୁ ଫେରାର ଥିବାବେଳେ ପୁଲିସ ଖୋଜୁଥିଲା ।