କୁବେର ଏଆରଆଇ ଭିଜିଲାନ୍ସ ଦ୍ୱାରା ଗିରଫ            

 ଜୟପୁର: କୋରାପୁଟ ଡିଭିଜନ ଦୁର୍ନିତୀ ନିବାରଣ ବିଭାଗ ଦ୍ୱାରା ସୁରେନ୍ଦ୍ର ତନ୍ତୀ ବୋରିଗୁମା ତାହସିଲ୍ ଅନ୍ତର୍ଗତ କୁମୁଲି ସିର୍କଲର ଆରଆଇ ଇନ୍ଚାର୍ଜ୍କୁ ଆୟ ବର୍ହିିଭୂତ ସମ୍ପତି ଠୁଳ ଅଭିଯୋଗ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସୁରେନ୍ଦ୍ର ତନ୍ତୀଙ୍କୁ ଓଡିଶା ଭିଜିଲାନ୍ସ ଗିରଫ କରି ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସ କୋର୍ଟକୁ ପଠାଇ ଦିଆଯାଇଛିି । ଅନୁପଯୁକ୍ତ ସମ୍ପତ୍ତିର ମାଲିକାନା ପାଇଁ ତାଙ୍କର ଜଣାଶୁଣା ଆୟର ୨୭୩ ଗୁଣ ଅଧିକା ରହିିଥିବା ସଚନା ଦେଇଛି ଭିଜିଲାନ୍ସ ବିଭାଗ । ଯାହାର ସେ ସନ୍ତୋଷ ଜନକ ହିସାବ ଦେଇପାରିଲେ ନାହିଁ । ଏହି ସଂପର୍କରେ କୋରାପୁଟ ଭିଜିଲାନ୍ସ ଥାନାରେ କେସ୍ ରୁଜୁ କରି ସୁରେନ୍ଦ୍ର ତନ୍ତୀଙ୍କ ଘର ଖୋଜାଖୋଜି ସମୟରେ ସୁରେନ୍ଦ୍ର ତନ୍ତୀ ଆର ଆଇ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଚଳନ୍ତି ଏବଂ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିଲା । ପାଖାପାଖି ୨୦୦୦ ବର୍ଗଫୁଟ ବିଶିଷ୍ଟ ଏକ ଦୁଇ ମହଲା କୋଠା, ବୋରିଗୁମାରେ ପାଖାପାଖି ୨୦୦୦ ବର୍ଗଫୁଟ ବିଶିଷ୍ଟ ଅନ୍ୟ ଏକ ଦୁଇ ମହଲା କୋଠା ଝିଲିମିଲିରେ ବୋରିଗୁମାରେ ୧୭ ଟି ପ୍ଲଟ ବୋରିଗୁମାରେ । ଏହାର ଆଖପାଖରେନଗଦ ୧.୫୫ ଲକ୍ଷ୍ୟ, ବ୍ୟାଙ୍କ ଏବଂ ବୀମା ଜମା ୮୮,୦୦୮୨୯ ଟଙ୍କାର,୧୫୨ ଗ୍ରାମ ଓଜନ ବିଶିଷ୍ଟ ସୁନା ଅଳଙ୍କାର ରହିଛି । ୩ଟି ଚାରିଚକିଆ ଯାନ ବୋଲେରୋ, ମହିନ୍ଦ୍ରା ଏସୟୁଭି ଏବଂ ମାରୁତି ଆଲ୍ଟୋ ଏବଂ ୧ ଦୁଇ ଚକିଆ ଯାନ ରହିଛି । ତେବେ ଘରୋଇ ସାମଗ୍ରୀର ଆହୁରୀ ଅନୁସନ୍ଧାନ ଚାଲିଥିବା ଦୁର୍ନିତୀ ନିବାରଣ ଆରକ୍ଷୀ ଅଧିକ୍ଷକ ପ୍ରଦୁ୍ୟମ୍ନ କୁମାର ଦ୍ୱିବେଦୀ ସୁଚନା ଦେଇଛନ୍ତି ।