୩ ବର୍ଷରେ ୧୭୭୭୮ ଆତ୍ମହତ୍ୟା

Suicide in Odisha

୩ ବର୍ଷରେ ୧୭୭୭୮ ଆତ୍ମହତ୍ୟା

ଆତ୍ମହତ୍ୟା କରିଛନ୍ତି ୪୮୧ ଛାତ୍ରଛାତ୍ରୀ 

ଭୁବନେଶ୍ୱର : ରାଜ୍ୟରେ ୩ ବର୍ଷରେ ୧୭୭୭୮ ଜଣ ଆତ୍ମହତ୍ୟା କରିଛନ୍ତି  । ସେମାନଙ୍କ ମଧ୍ୟରେ ଅଛନ୍ତି ୪୮୧ ଛାତ୍ରଛାତ୍ରୀ  । ତଥ୍ୟ ଅନୁଯାୟୀ, ୨୦୨୧ରେ ୫୬୪୯ ଜଣ ଆତ୍ମହତ୍ୟା କରିଥିବାବେଳେ ସେହିବର୍ଷ ଆତ୍ମହତ୍ୟାରେ ୫୮ ଛାତ୍ର ଓ ୬୧ ଛାତ୍ରୀଙ୍କର ଜୀବନ ଯାଇଛି  । ସେହିପରି ୨୦୨୨ରେ ୬୧୪୦ ଜଣ ଆତ୍ମହତ୍ୟା କରିଛନ୍ତି  । ସେମାନଙ୍କ ମଧ୍ୟରେ ୭୫ ଛାତ୍ର ଓ ୯୮ ଛାତ୍ରୀ ବି ଅଛନ୍ତି  । ୨୦୨୩ରେ ୫୯୮୯ ଜଣ ଆତ୍ମହତ୍ୟା କରିଥିବାବେଳେ ୮୫ ଜଣ ଛାତ୍ର ଓ ୧୦୪ ଜଣ ଛାତ୍ରୀ ରହିଛନ୍ତି  । ମୋଟ୍‌ ଉପରେ ୨୮୧ ଛାତ୍ର ଓ ୨୬୩ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି  । ଅପରପକ୍ଷରେ ୨୦୨୧ରେ ଜଣେ, ୨୦୨୨ରେ ୨ ଜଣ ଓ ୨୦୨୩ରେ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି  ।