ଜିତନ ରାମ ମାଂଝିଙ୍କ ବୋହୂ ଦୀପା କଲେ ରାଜନୀତିରେ କଲେ ଏଣ୍ଟ୍ରି

ପାଟନା:  ନଭେମ୍ବର ୧୩ରେ ବିହାରର ଚାରୋଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ବେଲାଗଞ୍ଜ ଏବଂ ଇମାମଗଞ୍ଜ ସିଟ ଗୟା ଜିଲାର ଅଟେ। କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାଂଝିଙ୍କ ଇସ୍ତଫା ପରେ ଇମାମଗଞ୍ଜ ଆସନ ଖାଲି ପଡ଼ିଥିଲା ଏବଂ ଏନଡିଏ ପକ୍ଷରୁ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଉପରେ ଚାପ ପଡିଥିଲା। ତେବେ ପ୍ରାର୍ଥୀ ଚୟନ ଦଳ ପାଇଁ ଏକ ଚ୍ୟାଲେଞ୍ଜ ବୋଲି ପ୍ରମାଣିତ ହୋଇଥିଲା। ଏହି ସମୟରେ ଦଳ ଜିତନ ରାମ ମାଂଝିଙ୍କ ବୋହୂ ଦୀପା ମାଂଝିଙ୍କୁ ଇମାମଗଞ୍ଜ ଆସନରୁ ପ୍ରାର୍ଥୀ କରିଛି।