ଭଦ୍ରକ ପୌରାଞ୍ଚଳରେ ଆରମ୍ଭ ହେଲା ଇଭି ବସ୍ ସେବା
ଭଦ୍ରକ: ଭଦ୍ରକ ସହରାଞ୍ଚଳ ବାସିନ୍ଦାଙ୍କୁ ସ୍ୱାୟତ୍ତ ଶାସନ ଦିବସରେ ଭଦ୍ରକ ପୌରପାଳିକା ତରଫରୁ ୩ଟି ବ୍ୟାଟେରୀ ଚାଳିତ ବସ୍ ଭେଟି ଦିଆଯାଇଛି । ବାଲେଶ୍ବର ଭଦ୍ରକ ଅର୍ବାନ ଟ୍ରାନ୍ସପୋର୍ଟ ଟ୍ରଷ୍ଟ ତରଫରୁ ଏହି ବସ୍ ସେବା ଯୋଗାଇ ଦିଆଯାଇଛି । ପ୍ରାଥମିକ ଭାବେ ଆସିଥିବା ଦୁଇଟି ବସ୍କୁ ଜିଲ୍ଲାପାଳ, ବିଧାୟକ, ପୌରାଧ୍ୟକ୍ଷା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଆସିଥିବା ବ୍ୟାଟେରୀ ଚଳିତ ବସ୍ ଗୁଡ଼ିକ ପୌରାଞ୍ଚଳରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ଗ୍ରାମାଞ୍ଚଳ ଥାନା ଓ କୋର୍ଟ ପର୍ଯ୍ୟନ୍ତ ଯାତାୟତ କରିବ । ପରବର୍ତ୍ତୀ ସମୟରେ ସମସ୍ତ କାଉନସିଲର ଓ ପ୍ରଶାସନ ସହ ଆଲୋଚନା କରି ବସ୍ର ରୁଟ୍ ନିର୍ଦ୍ଧାରଣ କରିବ ପୌରପାଳିକା । ସହରରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା, କୋର୍ଟ ଓ ଗ୍ରାମାଞ୍ଚଳ ଥାନା ବହୁ ଦୂର ହୋଇଥିବାରୁ ପ୍ରଥମେ ଏହି ରୁଟ୍ରେ ବସ୍ ଚଳାଚଳ କରିବ ବୋଲି ପୌରଧ୍ୟକ୍ଷା ସୂଚନା ଦେଇଛନ୍ତି ।
 
 Rasmita Behera
                                    Rasmita Behera                                 
    
             
    
             
    
             
    
             
    
 
    
 
 
 
