ଆଇଏଏସ୍ ସୁଜାତା କାର୍ତ୍ତିକେୟନ ନେଲେ ଅବସର !

ଆଇଏଏସ୍ ସୁଜାତା କାର୍ତ୍ତିକେୟନ ନେଲେ  ଅବସର !

ଭୁବନେଶ୍ୱର: ଭି.କେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ ଭିଆରଏସ୍‌ ନେଇଥିବାର ସୂଚନା ମିଳୁଛି। ସୁଜାତା ପୂର୍ବରୁ ସ୍ବେଚ୍ଛାକୃତ ଅବସର ଲାଗି ଆବେଦନ କରିଥିଲେ। ତାଙ୍କ ଆବେଦନକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିବା ସୂଚନା ମିଳିଛି। ପୂର୍ବରୁ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ ଛୁଟି ପାଇଁ ଆବେଦନ କରିଥିଲେ, କିନ୍ତୁ ଛୁଟି ନମିଳିବାରୁ ସେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। ତେବେ ସ୍ବେଚ୍ଛାକୃତ ଅବସର ପରେ ସେ କଣ କରିବେ ସେନେଇ କିଛି ସ୍ପଷ୍ଟ ଆସିନାହିଁ। ସୁଜାତା କାର୍ତ୍ତିକେୟନ ବିଜେଡି ସରକାରରେ ଖୁବ ପ୍ରଭାବଶାଳୀ ଥିଲେ। ମାତ୍ର ବିଜେପି ସରକାରକୁ ଆସିବା ପରେ ସେ ଆଉ ଖାପଖୁଆଇ ଚଳିପାରୁନଥିବା କୁହାଯାଉଛି। ଏହି କାରଣରୁ ସେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ ବୋଲି ଚର୍ଚ୍ଚା ହେଉଛି।    ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ ଛୁଟି ପାଇଁ ଆବେଦନ କରିଥିଲେ, କିନ୍ତୁ ଛୁଟି ନମିଳିବାରୁ ସେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। ତେବେ ସ୍ବେଚ୍ଛାକୃତ ଅବସର ପରେ ସେ କଣ କରିବେ ସେନେଇ କିଛି ସ୍ପଷ୍ଟ ଆସିନାହିଁ। ସୁଜାତା କାର୍ତ୍ତିକେୟନ ବିଜେଡି ସରକାରରେ ଖୁବ ପ୍ରଭାବଶାଳୀ ଥିଲେ। ମାତ୍ର ବିଜେପି ସରକାରକୁ ଆସିବା ପରେ ସେ ଆଉ ଖାପଖୁଆଇ ଚଳିପାରୁନଥିବା କୁହାଯାଉଛି। ଏହି କାରଣରୁ ସେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ ବୋଲି ଚର୍ଚ୍ଚା ହେଉଛି।    ସୂଚନାଯୋଗ୍ୟ, ୨୦୦୦ ବ୍ୟାଚର ଆଇଏଏସ ଅଫିସର ସୁଜାତା କାର୍ତ୍ତିକେୟନଙ୍କ ପ୍ରାରମ୍ଭିକ ଜୀବନ ଝାଡ଼ଖଣ୍ଡର ଜାମସେଦପୁରରେ କଟିଥିଲା, ଯେଉଁଠାରେ ତାଙ୍କ ବାପା ଜଣେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ। ୨୦୦୦ ମସିହାରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମୟରେ ସୁଜାତାଙ୍କ ଆଇଏଏସ୍ କ୍ୟାରିୟର ଆରମ୍ଭ ହୋଇଥିଲା । ସେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର-ସହ-ସଚିବ ଭାବେ କାର୍ଯ୍ୟ କରିଥିଲେ, ଯାହା ମହିଳା ସଶକ୍ତିକରଣ ପାଇଁ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୦୧ରେ ଆରମ୍ଭ ହୋଇଥିଲା । ୨୦୨୪ ନିର୍ବାଚନରେ ବିଜେଡି କ୍ଷମତା ହରାଇବା ପରେ ସୁଜାତା ଛଅ ମାସର ଛୁଟିରେ ଥିଲେ । ନଭେମ୍ବର ୨୬, ୨୦୨୪ ପର୍ଯ୍ୟନ୍ତ ତାଙ୍କୁ ଛୁଟି ମଞ୍ଜୁର କରାଯାଇଥିଲା, କିନ୍ତୁ ତାଙ୍କ ଆବେଦନ ଅନୁସାରେ ଆଉ ଛଅ ମାସର ଛୁଟି ବୃଦ୍ଧି ପାଇଁ ଓଡ଼ିଶାର ବିଜେପି ସରକାର ଅନୁମତି ଦେଇ ନଥିଲେ ।