୬ରେ ଆସିବ ସୁଭଦ୍ରା ଟଙ୍କା
SUBHADRA JOJANA

ଭୁବନେଶ୍ୱର : ଆସନ୍ତା ୬ରେ ସୁଭଦ୍ରା ଯୋଜନାରେ ନୂଆ ହିତାଧିକାରୀ ସାମିଲ୍ ହେବେ । ରାଜ୍ୟର ଆଉ ୧ ଲକ୍ଷ ୭୦ ହଜାର ମହିଳା ଏହି ଯୋଜନାରେ ଅର୍ଥ ପାଇବେ । ୪ଟି ପର୍ଯ୍ୟାୟରେ ୯୮ ଲକ୍ଷରୁ ଉଦ୍ଧ୍ୱର୍ ମହିଳା ସୁଭଦ୍ରାର ପ୍ରଥମ କିସ୍ତି ପାଇଥିବାବେଳେ ପଞ୍ଚମ ପର୍ଯ୍ୟାୟକୁ ମିଶାଇଲେ କୋଟିଏ ମହିଳା ଯୋଜନାର ଲାଭ ନେଇପାରିବେ । ତେବେ ମାର୍ଚ୍ଚ ୮ରେ କୋଟିଏ ମହିଳାଙ୍କୁ ଦ୍ୱିତୀୟ କିସ୍ତି ବାବଦରେ ୫ ହଜାର ଟଙ୍କା ଲେଖାଏଁ ମିଳିବ । ପୂର୍ବରୁ ପ୍ରଥମ କିସ୍ତି ପାଇବାରୁ ବଞ୍ôଚତ ଯୋଗ୍ୟ ହିତାଧିକାରୀଙ୍କୁ ମାର୍ଚ୍ଚ ୮ରେ ଦୁଇଟି ଯାକ କିସ୍ତି ବାବଦରେ ୧୦ ହଜାର ମିଳିବ ବୋଲି କୁହାଯାଉଥିଲା । କିନ୍ତୁ ୯୮ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଓ ୧.୭ ଲକ୍ଷ ମହିଳାଙ୍କୁ ୧୦ ହଜାର ଦିଆଗଲେ ତ୍ରୁଟି ପରିଲକ୍ଷିତ ହେବାର ଆଶଙ୍କା ରହିଛି । ଯାହାକୁ ଆଖି ଆଗରେ ରଖି ସରକାର ପଞ୍ଚମ ପର୍ଯ୍ୟାୟରେ ଟଙ୍କା ଦେବାକୁ ଯୋଜନା କରିଥିବା ଜାଣିବାକୁ ମିଳିଛି ।