୫ ହଜାର ଟଙ୍କାରେ ମିଳୁଥିଲା ୟୁଜିସି ନେଟ୍ ପ୍ରଶ୍ନପତ୍ର
ନୂଆଦିଲ୍ଲୀ,: ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ୟୁଜିସି ନେଟ୍ ପ୍ରଶ୍ନ ପତ୍ର ଲିକ୍ ହୋଇଛି । ଯାହାକୁ ନେଇ ପରୀକ୍ଷା ଆୟୋଜନ କରୁଥିବା ନ୍ୟାଶନାଲ୍ ଟେଷ୍ଟିଂ ଏଜେନ୍ସିର ସ଼୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି । ଶିକ୍ଷା ମନ୍ତ୍ରାଳୟ ପ୍ରଶ୍ନପତ୍ର ଲିକ୍ର ଯାଞ୍ଚ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛି । ଏଥି ସହିତ ଏ ସମ୍ନନ୍ଧରେ ସମୀକ୍ଷା କରିବା ପାଇଁ ଏକ କମିଟି ମଧ୍ୟ ଗଠନ କରିଛି ଏନ୍ଟିଏ ।