୨୬ରେ ଯୁକ୍ତ ଦୁଇ ପରୀକ୍ଷା ଫଳ
ଭୁବନେଶ୍ୱର : ସବୁ ପ୍ରତୀକ୍ଷାର ଅବସାନ ଘଟିବାକୁ ଯାଉଛି । ଆସନ୍ତା ୨୬ରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ସେହିଦିନ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷାର ଫଳ ବାହାରିବ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ ଭରିଯାଇଛି ।