ମଣ୍ଡିରେ ଧାନବସ୍ତା ରଖି ରାସ୍ତାରେ ପ୍ରତିବାଦ କଲେ ଚାଷୀ
ମଣ୍ଡିରେ ଉଠୁନି ଧାନ । ରାସ୍ତାରେ ବସିଲେ ଚାଷୀ । ବାଲେଶ୍ବର ନୀଳଗିରିରେ ମଣ୍ଡି ଅବ୍ୟବସ୍ଥା ନେଇ ତାତିଛନ୍ତି ଚାଷୀ । ଧାନ କିଣାରେ ଅନୀୟମିତତା ପ୍ରତିବାଦରେ ଛତ୍ରପୁର ଛକରେ ଧାନବସ୍ତା ରଖି ରାସ୍ତାରୋକ୍ କରିଛନ୍ତି । ଆନ୍ଦୋଳନ ପାଇଁ ୧୯ ନମ୍ବର ରାଜ୍ୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ଚାଷୀଙ୍କ ଟୋକେନ ଲାପ୍ସ ହେବା ସହ ଆଇ ସ୍କାନ କରାଯାଉ ନଥିବା ଅଭିଯୋଗ ହୋଇଛି । ଏହାଛଡ଼ା ୭ରୁ ୯ ପ୍ରତିଶତ କଟନି ଛଟନି ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ଚାଷୀ । ଏନେଇ ଉପଜିଲ୍ଲାପାଳଙ୍କୁ ଜଣାଇବା ପରେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ବାଧ୍ୟ ହୋଇ ରାସ୍ତାରୋକ କରିଛନ୍ତି ଚାଷୀ । ଆଇ ସ୍କାନ ସହ ଆଲର୍ଟମେଣ୍ଟ ବଢ଼ାଇବାକୁ ଦାବି କରିଛନ୍ତି ।