ଲୁଟ୍ କରି ଘର ଜାଳିଦେଲେ ଲୁଟେରା
ଖୋର୍ଦ୍ଧା ବାଲୁଗାଁରେ ମାତିଛନ୍ତି ଲୁଟେରା । ଲୁଟ୍ ସହ ଘର ଜାଳିଦେଲେ ଦୁର୍ବୃତ୍ତ । ବେଲପଡ଼ା ଅଞ୍ଚଳର ପ୍ରଦୀପ ସେଠୀଙ୍କ ଘରୁ ଲୁଟ୍ ହୋଇଛି ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଛନ୍ତି ଲୁଟେରା । ରାତିରେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପରିବାର ଲୋକ ଯାଇଥିବା ବେଳେ ଏଭଳି ଲୁଟ୍ ହୋଇଛି । ଘରେ ପଶି ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟ ପରେ ଘରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି । ଖଟ ସହ ବହୁ ଆସବାବପତ୍ର ପୋଡ଼ି ପାଉଁସ ହୋଇଯାଇଛି । କାନ୍ଥରେ ଅଶ୍ଳୀଳ ଭାଷା ମଧ୍ୟ ଲେଖିଛନ୍ତି । ଏନେଇ ଥାନାରେ ଏତଲା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।