ଅନ୍ୱେଷଣ ଫେଷ୍ଟ ୨୦୨୫ ଉଦ୍ୟାପିତ
ବଲାଙ୍ଗୀର: କଳା ବଞ୍ଚିଲେ କଳାକାର ବଞ୍ଚିବ ଓ ସେହି ମାର୍ଗରେ ଆମର ଅଞ୍ଚଳର ଲୋକ କଳା ଓ ସଂସ୍କୃତି ବଞ୍ଚିବ ଓ ଲୋକ ସଂସ୍କୃତିର ସଂରକ୍ଷଣ ଓ ସମ୍ବର୍ଦ୍ଧନ ହୋଇପାରିବ । ବଲାଙ୍ଗୀରର କୋଶଳ କଳାମଣ୍ଡଳ ପାଇଁ ସ୍ୱର୍ଗତ ମହାରାଜା ରାଜେନ୍ଦ୍ରନାରାୟଣ ସିଂହଦେଓଙ୍କ ଦେଖିଥିବା ସ୍ୱପ୍ନ ସାକାର ହେବ ବୋଲି କହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ । ବଲାଙ୍ଗୀରର ଅଗ୍ରଣୀ ସମାଜ ସଂସ୍କୃତିର ଅନୁଷ୍ଠାନ ଅନ୍ୱେଷଣ ତରଫରୁ ଆଜି କୋଶଳ କଳାମଣ୍ଡଳ ପଡିଆରେ ଦିବସବ୍ୟାପୀ କାର୍ଯ୍ୟକ୍ରମ ସହ ଅନ୍ୱେଷଣ ଫେଷ୍ଟ -୨୦୨୫ ର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସକାଳେ ଅନୁଷ୍ଠିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିବା ସହ ଗୋଲାପ ବାଗ,ମୁରଲୀ ମହାକୁର , ରାଜେନ୍ଦ୍ରମଲ୍ଲିକ ,କିଶୋର ପଟେଲ,ଇନ୍ଦ୍ରମଣି ବାରିକ,ବ୍ୟାସଦେବ ପୁରୋହିତ, ଇଶ୍ୱରୀ ବେହେରା, ସ୍ୱରୂପା ସିଂ, ଅଂଜନ କୁମ୍ଭାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସକାଳେ ଲୋକ ବାଦ୍ୟ ଦଳ ସହ କଳାକାର ଶୋଭାଯାତ୍ରାର ଆରମ୍ଭ ହୋଇଥିଲା ବଲାଙ୍ଗୀର ପାଟଣେଶ୍ୱରୀଙ୍କ ମନ୍ଦିରରୁ ଦୀପ ପ୍ରଜ୍ୱଳନ କରି । ଶୋଭାଯାତ୍ରା କୋଶଳ କଳାମଣ୍ଡଳରେ ପହଞ୍ଚି ଅନ୍ବେଷଣ ଫେଷ୍ଟର ଶୁଭାରମ୍ଭ ହୋଇଥିଲା । ଉଦଘାଟନୀ ଉସôବ ରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇ କଳା ଓ ସଂସ୍କୃତିର ବିକାଶ ପାଇଁ କଳାକାର ମାନଙ୍କ ସଂପୂର୍ଣ୍ଣ ସମର୍ପଣ ଯୋଗୁ ବଲାଙ୍ଗୀରର କଳା ବଞ୍ଚିରହିଛି ଓ ଏହି ଧାରା ଆଗକୁ ବଢିବା ଦରକାର ବୋଲି ସେ କହିଥିଲେ । ଅନ୍ୱେଷଣ ଫେଷ୍ଟର ପରିଚାଳନା ମୁଖ୍ୟ ସନ୍ଦୀପ କୁମାର କୁଅଁରଙ୍କ ସଂଯୋଜନାରେ ସମ୍ମାନିତ ଅତିଥି ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଗୁରୁଶ୍ରୀ ଡକ୍ଟର ଘାସିରାମ ମିଶ୍ର, ନାଟ୍ୟକାର ନିଦେ୍ର୍ଦଶକ ସତ୍ୟରଞ୍ଜନ ବେହେରା ମଞ୍ଚାସୀନ ହୋଇଥିଲେ । ପରେ ପରେ ଅବକ୍ଷୟମୁଖୀ ଲୋକସଂସ୍କୃତିର ସଂରକ୍ଷଣ ଓ ସମ୍ବର୍ଦ୍ଧନ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ସଂସ୍କୃତି ଗବେଷକ ଅର୍ଜୁନ ମୁଗ୍ରୀ, କୀର୍ତ୍ତନ ଦୀପ ଓ ସତ୍ୟରଞ୍ଜନ ବେହେରା ଯୋଗଦେଇ ଲୋକସଂସ୍କୃତିର ସଂରକ୍ଷଣ ପାଇଁ ଆନ୍ତରିକ ଉଦ୍ୟମ ଓ ସମ୍ବର୍ଦ୍ଧନ ପାଇଁ ସରକାରୀ ପ୍ରୋସôାହନ ଜରୁରୀ ବୋଲି କହିଥିଲେ । ପରେ ପରେ ଆରମ୍ଭ ହୋଇଥିଲା ହାସ୍ୟକବି ସମ୍ମିଳନୀ ।ରାଜେଶ ଦଣ୍ଡସେନାଙ୍କ ସଂଯୋଜନା ରେ ବ୍ୟଙ୍ଗ କବି ଅର୍ଜୁନ କୁମାର ସାହୁ, ହାସ୍ୟ କବି ରଂଜିତ ପ୍ରଧାନ, ଗିତିକବି ଗରିବ ମଲ୍ଲିକ, ବ୍ୟଙ୍ଗ କବି ଦିଲିପ କୁମାର ମିଶ୍ର, ବ୍ୟଙ୍ଗ କବି ଯଶୋବନ୍ତ କୁମ୍ଭାର । ପରେ ପରେ ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ,ଶାସ୍ତ୍ରୀୟ ନୃତ୍ୟ ଓଡିଶୀ,ଚିତ୍ରାଙ୍କନ, ଅଭିନୟ ଓ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଛତାପିପଲ ଗ୍ରାମର ମାଷ୍ଟର ଶଙ୍କର କଲତାଙ୍କ ରାବଣ ଭୂମିକାରେ ରାବଣ ଦରବାର ଅନୁଷ୍ଠିତ ହୋଇଥିଲା ।ସମ୍ବଲପୁର ଓ ସୁନ୍ଦରଗଡ ର କଳାକାର ମାନଙ୍କ ଦ୍ୱାରା ଲୋକନୃତ୍ୟ ପରିବେଷଣ ପରେ ସଂଧ୍ୟାରେ ମୂଳ ବଙ୍ଗଳା ଶରତଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚନାକୁ ନାଟ୍ୟ ରୂପାନ୍ତର କରି ନାଟକ - ପ୍ରକାଶ ଓ ଛାୟା ପରିବେଷଣ କରାଯାଇଥିଲା । ନାଟ୍ୟକାର ନିଦେ୍ର୍ଦଶକ ପ୍ରକାଶ ଚନ୍ଦ୍ର ଥନାପତି ଏହାକୁ ରଚନା କରିବା ସହ ନିଦେ୍ର୍ଦଶନା ଦେଇଥିଲେ । ପରେ ପରେ ଲୋକ ସଂଗୀତ କାର୍ଯ୍ୟକ୍ରମ ରେ ବିଭୋର ହୋଇଥିଲେ ଦର୍ଶକ ।