ତୃତୀୟ ମେଧାବୃତ୍ତି, ୪ବିଦ୍ୟାର୍ଥୀଙ୍କ ସଫଳତା
ଆସିକା: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଗଣଶିକ୍ଷା ଓ ପ୍ରାଥମିକ ଶିକ୍ଷା ନିଦେ୍ର୍ଦଶାଳୟ ଦ୍ୱାରା ଅନୁଷ୍ଠିତ ପଞ୍ଚମ ଓ ତୃତୀୟ ମେଧାବୃତ୍ତି ପରୀକ୍ଷାରେ ଆସ୍କା ବ୍ଲକ ଗୋଷ୍ଠି ଶିକ୍ଷା କାର୍ଯାଳୟ ଅଧୀନରେ ଥିବା ଭେଟନଈ ସରକାରୀ ବାଳିକା ପ୍ରାଥମିକ ବିଦ୍ୟାଳୟର ୪ ଜଣ ବିଦ୍ୟାର୍ଥୀଙ୍କ ସଫଳତାକୁ ସବୁ କ୍ଷେତ୍ରରୁ ଶୁଭେଚ୍ଛାର ବାର୍ତା ପହଁଞ୍ଚୁଛି । ଚଳିତ ବର୍ଷ ବୃତ୍ତି ପରୀକ୍ଷାରେ ଭେଟନଈ ଗ୍ରାମର ପଞ୍ଚମ ଶ୍ରେଣୀର ଆଦ୍ୟସା ବେହେରା, ପୂଜା ଜେନା, ଓଁକ୍ରିଷ୍ଣା ସାହୁ, ଓ ତୃତୀୟ ଶ୍ରେଣୀ ଦୀପ୍ସା ଗୌଡ଼, କୃତିତ୍ୱ ଲାଭ କରି ବିଦ୍ୟାଳୟ ପାଇଁ ସୁନାମ ଆଣିଛନ୍ତି । ସର୍ବ ପୁରାତନ ଭେଟନଈ ସରକାରୀ ବାଳିକା ପ୍ରାଥମିକ ବିଦ୍ୟାଳୟର ପୂର୍ବ ଗୌରବ ପେରାଇଆଣିବାରେ ସଫଳ ହୋଇଛନ୍ତି । ଉକ୍ତ ସମୂହ ବିଦ୍ୟାର୍ଥୀଙ୍କ ପଛରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବରାମ ଗୌଡ଼, ସିଆରସିସି ତଥା ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସୌଦାମିନୀ ହୋତ୍ତା, ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ନାୟକ, ଝୁନୁ ଦାସ, ସନ୍ଧାରାଣୀ ବିଶ୍ୱାଳ, ଶିବାନୀ ଡାକୁଆ,ଜୁଲି ଭିତ୍ରିଆ,ଗୁରୁପ୍ରସାଦ ଗୌଡ଼,ସମେତ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ସୁଶାନ୍ତ କୁମାର ଗୌଡ଼ ଶିକ୍ଷା ଦାନ ଏବଂ ଶିକ୍ଷା ଅନୁଷ୍ଠାନର ସୁସ୍ଥ ପରିବେଶ ଗଢି ତୋଳିବା ରେ ଅଗ୍ରଣୀ ଭୂମିକା ରହିଛି । ଏଥି ସହିତ ପିଲାମାନଙ୍କ ମାତା, ପିତା, ଗୁରୁଜନ ଏବଂ ଟିୟୁସନ ଗୁରୁଜୀ, ଗୁରୁମାଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହି ସଫଳତା ମିଳି ପାରିଛି । ଏହି ସଫଳତା ପାଇଁ ବ୍ଲକ ଶିକ୍ଷା ଅଧିକାରୀ ମୁନ ରାଣୀ ମହାନ୍ତି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବିଭୁ ନନ୍ଦନ ପଣ୍ଡା, ଭଞ୍ଜ ବେହେରା, ଶିବରାମ ବେହେରା, ସମେତ ବହୁ ଶୁଭେଛୁ ବିଦ୍ୟାର୍ଥୀ ମାନଙ୍କର ଉତ୍ତରୋତ୍ତର କାମନା କରିଛନ୍ତି । ଏଥି ସହିତ ନିଖିଳ ଉକôଳ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି ।