ବଦଳିଲା ବୁଦ୍ଧଖୋଲ ମହୋସବ ତାରିଖ 

ବୁଗୁଡା: ସ୍ଥାନୀୟ ଐତିହାସିକ ଶୈବପୀଠ ତଥା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶରେ ଆସନ୍ତା ଫେବୃୟାରୀ ମାସ ୭ ରୁ ୯ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବୁଦ୍ଧଖୋଲ ମହୋସôବ-୨୦୨୫ ଆୟୋଜିତ ହେବା ନେଇ ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ପ୍ରକାଶ ପାଇଛି  । ପୂର୍ବରୁ ଏହି ତ୍ରିଦିବସୀୟ ବୁଦ୍ଧଖୋଲ ମହୋସôବ ଫେବୃୟାରୀ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଅନିବାର୍ଯ୍ୟ କାରଣବଶତଃ ସମିତି ସଭାପତି ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନିଦେ୍ର୍ଦଶ କ୍ରମେ ଏଥିରେ ପରିବର୍ତ୍ତନ ଘଟିଥିବା ଜଣାଯାଇଛି । ଏଥି ସହ ମହୋସôବ ଅବସରରେ ପ୍ରକାଶ ପାଇବାକୁ ଯାଉଥିବା ସ୍ମରଣିକା ନିମନ୍ତେ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ମନ୍ଦିର ସମ୍ପର୍କିତ ଲେଖା ଚଳିତ ଜାନୁଆରୀ ୨୫ ତାରିଖ ସୁଦ୍ଧା ପ୍ରେରଣ ସକାଶେ ବୁଦ୍ଧଖୋଲ ଉନ୍ନୟନ ସମିତି ଅନୁରୋଧ କରାଯାଇଛି ।