ଅନ୍ତର୍ନିହିତ ତତ୍ତ୍ୱରେ ପାର୍ବଣ
ମାନବ ନିଜର ଶାନ୍ତି ପାଇଁ ତଥା ସତ୍ ଉପାୟରେ ଟିକିଏ ଆନନ୍ଦ ପାଇଁ ତିଥି-ବାରକୁ ନେଇ ପାଳନ କରେ ଅନେକ ପର୍ବପର୍ବାଣି । ବର୍ଷର ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ପାଳିତ ହୁଏ ନିର୍ଦ୍ଦିଷ୍ଟ ପର୍ବ । ସେହିପରି ଦୁର୍ଗାପୂଜାର ତିଥି । କେଉଁ ପ୍ରାଚୀନକାଳରୁ ଅନୁଷ୍ଠିତ ହୋଇଆସୁଛି ଦୁର୍ଗାପୂଜା । ଦୁର୍ଗାପୂଜା କେତେକ ସ୍ଥାନରେ ୧୬ଦିନ ଧରି ପାଳିତ ହେଉଥିବାବେଳେ କେତେକ ସ୍ଥାନରେ ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପୀ ପାଳିତହୁଏ । ଏହି ପାଞ୍ଚଦିନିଆପୂଜାରେ ବହୁ ବିଧ୍ô ଓ ନୀତିନିୟମ ଥିଲେ ହେଁ ସବୁରି ଭିତରେ ରହିଛି ଗୋଟିଏ ତାତ୍ତ୍ୱିକ ଓ ଗୂଢ଼ ରହସ୍ୟ । ସେ ସବୁକୁ ଗୋଟିଗୋଟିକରି ଆଲୋଚନା କରାଗଲେ ଏହି ସ୍ପଷ୍ଟୀକରଣ ମିଳିବ ଯେ ଦୁର୍ଗାପୂଜା ମାତୃଜାତିର ପୂଜା । ପ୍ରକୃତିରପୂଜା । ଦୁର୍ଗାଙ୍କ ନିକଟରେ ଥିବା ପାର୍ଶ୍ୱ ଦେବଦେବୀବୃନ୍ଦ ଆଉ କେହି ନୁହନ୍ତି; ସମସ୍ତେ ପ୍ରକୃତିର ଗୋଟିଏ ଗୋଟିଏ ଅଂଶ ।
ପ୍ରଥମେ ଷଷ୍ଠୀର ତିଥିର ବୋଧନକୁ ଲକ୍ଷ୍ୟ କରାଯାାଉ । ପନ୍ଦରଟି ତିଥିକୁ ପାଞ୍ଚ ପାଞ୍ଚ କରି ୩ଭାଗ କରାଯାଏ । ଯଥା ନନ୍ଦା, ଭଦ୍ରା, ଜୟା, ରିକ୍ତା ଓ ପୂର୍ଣ୍ଣା । ଚେତନାରେ ତିନୋଟି ଭୂମିରେ ଏହି ମାନେ ହେଲେ ତିନୋଟି ପଞ୍ଚକ । ପ୍ରଥମ ଭୂମିରେ ଆମ୍ଭମାନଙ୍କର ଆତ୍ମ ଚୈତନ୍ୟଥାଏ । ଏହା ଜାଗ୍ରତ ଅବସ୍ଥାରେ ନଥାଏ କିନ୍ତୁ ଶକ୍ତି ଜାଗିଥାଆନ୍ତି ଏବଂ ତିଥି ବାର କର୍ମ ଠିକ୍ ଭାବେରେ ଚାଲିଥାଏ । ଏ ସମସ୍ତ କାର୍ଯ୍ୟ ଆମ ଅଗୋଚରରେ ହୋଇଥାଏ । ଯେପରି ଏହା ଶୈଶବ ଅବସ୍ଥା । ଦ୍ୱିତୀୟ ଅବସ୍ଥାରେ ଆମର ଆତ୍ମଚୈତନ୍ୟ ଜାଗ୍ରତ ହୁଏ । ସାଧନା ସେହିଠାରୁ ଆରମ୍ଭ ହୁଏ । ଯେତେବେଳେ ବୋଧନ ହେବା ଉଚିତ୍ । ଷଷ୍ଠୀ ତିଥି ନନ୍ଦା । ଦେବୀ ନନ୍ଦା ବା ଆନନ୍ଦମୟୀ ସେତେବେଳେ ବାଳିକା । ଭଦ୍ରା ତିଥିରେ ସେ ସୁମଙ୍ଗଳା, କୈଶୋରୀ । ଜୟା ତିଥିରେ ତାଙ୍କର ଶକ୍ତିରୂପର ପ୍ରକାଶ । ସେ ତରୁଣୀ । ରିକ୍ତାରେ ସେ ଯୋଗିନୀ । ପୂର୍ଣ୍ଣାରେ ସେ ସମର୍ଥା ଯୁବତୀ । ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ତାଙ୍କର ଆରାଧନା ଏହିଭାବ ଧରି କରାଯାଏ । ବିଲ୍ୱମୂଳରେ ବୋଧନ କାହିଁକି କରାଯାଏ !
ଶାସ୍ତ୍ରରେ କେତେଗୁଡ଼ିଏ ଦିବ୍ୟ ବୃକ୍ଷର ପ୍ରମାଣ ରହିଛି । ପୁରୁଷଙ୍କ ନିମିତ୍ତ ସେହି ବୃକ୍ଷକୁ ବ୍ରହ୍ମବୃକ୍ଷ ଓ ପ୍ରକୃତି ବା ଶକ୍ତି ନିମିତ୍ତ ସେହି ବୃକ୍ଷକୁ କୁଳବୃକ୍ଷ ବୋଲି କୁହାଯାଏ । କିନ୍ତୁ ବିଲ୍ୱକୁ ଉଭୟ ବ୍ରହ୍ମବୃକ୍ଷ ଓ କୁଳବୃକ୍ଷ ବୋଲି କୁହାଯାଏ । ବାସ୍ତବରେ ଦେବୀଙ୍କର ମୃଣ୍ମୟୀ ମୂର୍ତ୍ତିର ପୂଜାର୍ଚ୍ଚନା ଯେମିତି ଭାବଗର୍ଭକ ସେହିପରି ମନ୍ତ୍ର ମୂର୍ତ୍ତିର ଜ୍ଞାନ ମଧ୍ୟ ଜରୁରି । ଦେବୀଙ୍କର ଯେଉଁ ମନ୍ତ୍ରମୂର୍ତ୍ତି ତାହା ଊଦ୍ଧ୍ୱର୍ ତ୍ରିକୋଣ ଓ ଅଧଃ ତ୍ରିକୋଣ ଦୁଇଟିର ସମନ୍ୱୟରେ ଗଠିତ ହୁଏ । ମୁଖମଣ୍ଡଳରୁ ତୃତୀୟନୟନକୁ ମୋଟ ଊଦ୍ଧ୍ୱର୍ବିନ୍ଦୁ ଓ ଦୁଇଟି ସ୍ତନକୁ ଦୁଇଟି ସମତଳ ଅଧୋବିନ୍ଦୁକୁ କଳ୍ପନା କରି ଯେଉଁ ତ୍ରିକୋଣହୁଏ ତାହା ଊଦ୍ଧ୍ୱର୍ତ୍ରିକୋଣ । ଏହା ଅଗ୍ନିରୂପ । ଯୋନି ଅଧଃତ୍ରିକୋଣ । ଏହା ତାଙ୍କର ସୋମ(ଚନ୍ଦ୍ର) ରୂପ । ବିଲ୍ୱବୃକ୍ଷର ପତ୍ର ତ୍ରିଶାଖା । ଦୂର୍ବା ତ୍ରିଶୂଳ ଭଳି । ଏହା ହେଲା ଯୋନିର ପ୍ରତୀକ । ବିଲ୍ୱଫଳ ସ୍ତନର ପ୍ରତୀକ । ମୁଖକୁ ବୃକ୍ଷର ଅଗ୍ରଭାଗରୂପେ କଳ୍ପନାକରାଯାଏ । ତେଣୁ ବିଲ୍ୱବୃକ୍ଷରେ ଉଦ୍ଧ୍ୱର୍ ଏବଂ ଅଧଃ ଦୁଇଟି ତ୍ରିକୋଣର ସମାହାର ଦେଖାଯାଇଥାଏ । ଏହି ବୃକ୍ଷ କଣ୍ଟକବୃକ୍ଷ ବୋଲି ସ୍ପର୍ଶ କରିବା କଷ୍ଟ । ଦେବୀ ଆଗମ୍ୟାକୁମାରୀ । ଏହା ତାଙ୍କର ବ୍ରହ୍ମଭାବ । ଏହି ବୃକ୍ଷରେ ଅଗ୍ନି ଓ ସୋମର ବ୍ରହ୍ମ ଏବଂ ଶକ୍ତିର ସମନ୍ୱୟ ହୋଇଛି ବୋଲି ଏହି ବୃକ୍ଷକୁ ସ୍ୱଦେହ ଭାବନା କରି ତା'ର ମୂଳରେ ଅର୍ଥାତ୍ ମୂଳାଧାରରେ ଦେବୀଙ୍କର ବୋଧନ କରାଯାଏ । ଏହା ହେଲା ବୋଧନର ରହସ୍ୟ । ଦୁର୍ଗା ପୌରାଣିକ ଦେବୀ । ପୁରାଣ ବେଦରୁ ଭିନ୍ନ ନୁହେଁ । ଏହି ଦେବୀ ବେଦରେ ଅତିଥି ତନ୍ତ୍ରରେ ସେ ମହାଶକ୍ତି ବା ମହାମାୟା । ପ୍ରଥମ ଚରିତ୍ରରେ ବିଷ୍ଣୁମାୟା ବିଷ୍ଣୁ ଆଦିତ୍ୟ ବିଷ୍ଣୁ ଦେବଃ ଦେବ ବିଷ୍ଣୁମାୟା । ଏହାଙ୍କୁ ଭଗ ନାମରେ ପରିଚିତ କରାଯାଏ । ଭଗରୁ ଭଗବାନ ଶବ୍ଦ ଆସିଛି । ତହିଁରୁ ଭାଗବତ୍ ସମ୍ପ୍ରଦାୟ । ଅସୁର ଅବିଦ୍ୟା । ଅବିଦ୍ୟାର ନାଶ ଦେବକୃତ୍ୟ । ଦେବୀ ଦୁର୍ଗାଙ୍କ ମଧ୍ୟରେ ଆମ୍ଭେମାନେ ଅସୁରଘାତିନୀ ମହାଶକ୍ତିଙ୍କର ପୂଜାକରୁ । ଏହା ଅତି ପ୍ରାଚୀନ । "ଭଗ' ନାମରେ ଯେଉଁ ଆଦିତ୍ୟ ତାଙ୍କର ଦୁଇଟି ପନôୀଙ୍କ କଥା ବେଦରେ ଅଛି । ଶ୍ରୀ ଏବଂ ଲକ୍ଷ୍ମୀ । ଶ୍ରୀ ସରସ୍ୱତୀ ବା ପ୍ରଜ୍ଞା । ଏହି ପ୍ରଜ୍ଞା ଏବଂ ଲକ୍ଷ୍ମୀ ମଧ୍ୟ ଦେବୀଙ୍କର ବଭୂତି ରୂପରେ ତାଙ୍କ ନିକଟରେ ସ୍ଥାନ ପାଇଛି । କୁମାର ଅଗ୍ନିର ଗୋଟିଏ ବିଶେଷଣ । କୁମାର ହେଉଛି କାର୍ତ୍ତିକଙ୍କର ଅନ୍ୟନାମ । କୃତ୍ତିକା ନକ୍ଷତ୍ର, ଅଗ୍ନି ନକ୍ଷତ୍ର, ଦେଖିବାକୁ ଅଗ୍ନିପୁଞ୍ଜ ସଦୃଶ । ସମ୍ବସôରର ଆଦି ବେଳ ଗଣା ହୁଏ ବୋଲି ଦେବାଦି ଅଗ୍ନି ତା'ର ଅଧିଷ୍ଠାତା । ଅଗ୍ନିର ଶକ୍ତି ବାକ୍ ତେଣୁ ବାଚସ୍ପତି ଅଗ୍ନିର ଅନ୍ୟଏକ ନାମଅଟେ । ବୃହସ୍ପତି ହିଁ ଋକ୍ ସଂହିତାରେ ଗଣପତି ବୋଲି ପରିଚିତ । ସେ ହିଁ ପୁରାଣରେ ଗଣେଶ । ଦେବୀ ଯଦି ଅଦିତି ହୋଇଥାଆନ୍ତି ଆଦିତ୍ୟମଣ୍ଡଳ ତାଙ୍କର ପ୍ରତ୍ୟକ୍ଷ ଦୃଷ୍ଟ ପ୍ରତିରୂପ ହୋଇଥାଏ । ବୃତ୍ର ବା ଅନ୍ଧକାର ନାଶ ଯଦି ତାଙ୍କର ପ୍ରଧାନ କର୍ତ୍ତବ୍ୟ ହୋଇଥାଏ, ତାହାହେଲେ ତାଙ୍କର ଦଶଭୁଜା ହେବାର ତାତ୍ପର୍ଯ୍ୟ ବୁଝିହୁଏ । ଆଦିତ୍ୟଙ୍କର କିରଣକୁ କର କୁହାଯାଏ । ଗୋଟିଏ ବିମ୍ବରୁ କର ଗୁଡ଼ିକ ଚାରିଦିଗକୁ ଖେଳିଯାଉଛି । ହିନ୍ଦୁମାନଙ୍କର ଦେବତାଙ୍କର ବହୁକର । କିନ୍ତୁ ବହୁ ଚରଣ ନୁହେଁ । ଦେବତା ଯଦି ପୁଞ୍ଜଜ୍ୟୋତି ତାହାହେଲେ ତାଙ୍କର କିରଣଗୁଡ଼ିକ କର ବା ହସ୍ତ । ପୁନଶ୍ଚ ଦଶଭୁଜା ଦୁର୍ଗା ଆଦିତ୍ୟ ବିମ୍ବଙ୍କର ଶିଳ୍ପ ସମ୍ଭୂତ ରୂପ । ଅଗ୍ନି ଶକ୍ତିର ଦୁଇଟି ରୂପ । ଗୋଟିଏ କର୍ମ ଓ ଅନ୍ୟଟି ପ୍ରଜ୍ଞା । କର୍ମଦ୍ୱାରା ଅସୁର ବଧ ହେଲାବେଳେ ପ୍ରଜ୍ଞାଦ୍ୱାରା କାର୍ତ୍ତିକ ଓ ଗଣପତିଙ୍କ ପରିଚୟ ମିଳେ । ଆଦିତ୍ୟଙ୍କର ପ୍ରଜ୍ଞା ଓ ଆନନ୍ଦ ଶକ୍ତି ସରସ୍ୱତୀ ଏବଂ ଲକ୍ଷ୍ମୀଙ୍କ ମଧ୍ୟରେ ଦେବୀ ଅଦିତି ବା ମହାଶକ୍ତି ଦେବୀଙ୍କର ରୂପ ହିରଣ୍ମୟୀ ଓ କାଳୀ । ବେଦରେ ଅଦିତି ପୃଥିବୀ ସେ ହିରଣ୍ୟବକ୍ଷାଃ । ତାଙ୍କର ଦୁଇଟି ମିଥୁନରୂପ । ଶିବ ଶକ୍ତି ଓ କୃଷ୍ଣ ରାଧା । ସଗୁଣ ଓ ନିର୍ଗୁଣଭାବ ରହିଛି । ନିର୍ଗୁଣ ଦଶା ଶିବ ଓ ସଗୁଣ ଦଶା ହେଉଛି ଗୌରୀ । ପ୍ରେମର ନିର୍ଗୁଣ ଦଶା ରାଧା । ସଗୁଣ ଦଶା କୃଷ୍ଣ ଅଟନ୍ତି । ଗୌରୀ ଦୁର୍ଗା ହୋଇ ଅସୁର ବଧ କରୁଛନ୍ତି ଶିବ ସାକ୍ଷୀ ରୂପ ହୋଇ ଦେଖୁଛନ୍ତି । ସେହିପରି ଶ୍ରୀକୃଷ୍ଣ କୁରୁ କ୍ଷେତ୍ରରେ ଦୁଷ୍କୃତ ବିନାଶନ କାଳରୂପରେ ଆବିର୍ଭାବ ହୋଇଥାଆନ୍ତି । ନେପଥ୍ୟେ ରାଧା ବୃନ୍ଦାବନରେ ସମାହିତା । ଏଣୁ ଦୁର୍ଗା ଓ କୃଷ୍ଣ ଗୋଟିଏ ତତ୍ତ୍ୱ । କଟକ