ଓଡ଼ିଆର ଅସ୍ମିତା


ଡକ୍ଟର ଲକ୍ଷ୍ମଣ ସାହୁ  : ଅଳଙ୍କୃତ ଶବ୍ଦଗୁଚ୍ଛର ସମାହାର ମାଳିନୀ ଦ୍ୱାରା ପ୍ରସ୍ତୁତ ଏକ ଅନୁଛେଦକୁ କବିତା କୁହାଯାଇ ପାରିବ ନାହିଁ । ଇତିହାସର ଫର୍ଦ୍ଦ  ଓଲଟାଇ ନିଜସ୍ୱ ଭାବୁକତାର ଅନୁଭୂତ ସଂଯୋଜିତ ଆଲେଖ୍ୟକୁ ପ୍ରବନ୍ଧ କୁହାଯାଇ ପାରିବ ନାହିଁ, ଯେତେବେଳ ପର୍ଯ୍ୟନ୍ତ ତାହା କୌଣସି ସାମାଜିକ କାର୍ଯ୍ୟରେ ନୂତନତ୍ୱ ସୃଷ୍ଟି କରି ନାହିଁ । ସମୟର ଧାରାରେ କେତେକ ଶବ୍ଦକୁ ଯୋଡି ଲେଖା ଯାଉଥିବା ଆଜିର ମାଳ ମାଳ କବିତା, ପ୍ରବନ୍ଧ ଯେ ସମାଜରେ ନୂତନତ୍ୱ କିମ୍ବା ଜାଗରୁକତା ସୃଷ୍ଟି କରିବା ତ ବହୁତ ଦୂର ବରଂ ସେଗୁଡିକ ବ୍ୟାପକ ଅଜ୍ଞାନତା ପରିବେଷଣ କରୁଥିବା ଜାଣିହେବ ସଠିକ ଅନୁଧ୍ୟାନ କଲେ । ଆଜି ସମୟରେ କବି, ଲେଖକଙ୍କ ସୀମା ନାହିଁ କି ଲେଖାର ଅନ୍ତ ନାହିଁ ଯାହାର ମୂଲ୍ୟ ମଧ୍ୟ କିଛି ନାହିଁ । କେବଳ କେତେକ ଶବ୍ଦକୁ ଗୁନ୍ଥି ପ୍ରସ୍ତୁତ କରାଯାଇଥିବା ଅନୁଛେଦଟି ଜନାଦୃତ ହୋଇଥିବା ଆବଶ୍ୟକ ଯାହା କିଛି ଜ୍ଞାନ ମିଳୁ କି ନମିଳୁ ସମସ୍ତଙ୍କୁ ଅତ୍ୟନ୍ତ ସରଳ ସହଜରେ ବୁଝା ପଡିଯାଉଥିବ । ଏହା ହେଉଛି ଆଜି ସମୟର ଭାବଧାରା । ତଥାପି ସେଗୁଡିକ ଆଦୃତ ହୋଇ ପାରୁଛି ପାଠକ, ସମ୍ପାଦକ ଓ ମୁଦ୍ରକଙ୍କ ପାଖରେ । ତାତ୍ତ୍ୱିକ ଆଲେଖ୍ୟର ମୂଲ୍ୟ ରହୁ ନାହିଁ  ।ବରଂ ସେଗୁଡିକୁ ଏତେ ହତାଦର କରାଯାଉ ଅଛି ଯେ ଶୁଦ୍ଧ ଲେଖକଙ୍କ ମନୋବଳ ଦୁର୍ବଳ ହେବାକୁ ଲାଗିଛି ଦିନକୁ ଦିନ । ଗ୍ରାମ, ସହରର କବି, ଲେଖକଙ୍କ ଆସର, ସଭାକ୍ଷେତ୍ର ଠାରୁ ରାଜ୍ୟ ସାହିତ୍ୟ ଏକାଡେମୀ ଓ ଜାତୀୟ ସ୍ତର ପର୍ଯ୍ୟନ୍ତ ପୁରସ୍କୃତ କରାଯାଉଥିବା କବି, ଲେଖକଙ୍କ ବିଷୟରେ ଜନସାଧାରଣ ଜାଣି ପାରୁନଥିଲେ ମଧ୍ୟ ସେହି ସମ୍ବନ୍ଧିତ ସମସ୍ତ ମଣିଷ ପ୍ରାୟତଃ ଜାଣନ୍ତି ତାହାର ଗୂଢ଼ ରହସ୍ୟ କ’ଣ ! ଆଉ କହିବାକୁ ଗଲେ ପ୍ରାୟତଃ ସମସ୍ତ ପୁରସ୍କାର କେବଳ ସେମାନଙ୍କୁ ଦିଆଯାଇ ଥାଏ ଯେଉଁମାନେ ତାହା ପାଇବା ପାଇଁ ଅନେକ ସର୍ତ୍ତ ପୂରଣ କରିଥା’ନ୍ତି ଉପୁରି ଏବଂ ଭିତିରି କରି । ପ୍ରକୃତ ସାଧକଙ୍କୁ ଅବା ସାମାଜିକ ସଚେତନତା ସୃଷ୍ଟିକାରି ଲେଖା ଓ ଲେଖକଙ୍କୁ ଆଜି ସମୟରେ ପୁରସ୍କାର ତ ବହୁତ ଦୂର କିଏ ପରିଚୟ ମଧ୍ୟ ଜାଣନ୍ତି ନାହିଁ ସେମାନଙ୍କର । ଅସ୍ମିତା ବୋଲି ଏକ ଶବ୍ଦକୁ ଭାଷା ଓ ଜାତି ସହିତ ଯୋଡ଼ିଦେଇ କହି ବୁଲୁଛନ୍ତି ସମସ୍ତେ ଯେଉଁଥିରେ ବାସ୍ତବତା ବୋଲି କିଛି ନାହିଁ । କାହାକୁ କୁହାଯାଉଛି ଏବଂ ସେଗୁଡିକୁ କିଏ ଶୁଣୁଛି, ଗ୍ରହଣ କରୁଛି ଜାଣନ୍ତି କେବଳ ସେଇମାନେ ଯେଉଁମାନେ ତାହା କୁହନ୍ତି । 
    ପ୍ରତ୍ୟେକ ବ୍ୟକ୍ତିବିଶେଷ କେବଳ ନିଜସ୍ୱ ସ୍ୱାର୍ଥକୁ ନଜରରେ ରଖି କରି ·ଲିଥିବା ସମସ୍ତ କାର୍ଯ୍ୟରୁ ଆଜି ବାଦ୍ ପଡ଼ି ନାହିଁ ସାହିତ୍ୟ ଏବଂ ଦର୍ଶନ ମଧ୍ୟ । ଯିଏ ଯେମିତି ପାରିଲା କ’ଣ ଗୋଟେ କରି ସମାଜରେ ନିଜର ନାଁ’ ଅର୍ଜିବା ପାଇଁ ରଖିଛନ୍ତି ଉଦେ୍ଦଶ୍ୟ କେବଳ । ସେମାନଙ୍କ ଉଦେ୍ଦଶ୍ୟ ଯେ, ସାମୂହିକ କ୍ଷତି କରି ସମାଜକୁ ଏତେ ତଳକୁ ନେଇ ଗଲାଣି ସେ କଥା ଉପରେ ବି·ର ନାହିଁ କାହାର, କାରଣ ସମସ୍ତେ ସେହି ଏକ ଦିଗଗାମୀ ! ଆଜିର ମଣିଷ ହୁଅନ୍ତୁ କିମ୍ବା ପୂର୍ବର, ସେ ସମସ୍ତେ ଆଜି ଏକ ଦିଗଗାମୀ ହେବାର କାରଣ ଅତ୍ୟନ୍ତ ରହସ୍ୟପୂର୍ଣ୍ଣ । ସୂକ୍ଷ୍ମ ଅନୁଧ୍ୟାନ ପୂର୍ବକ ବି·ର କରାଗଲେ ଜାଣିହେବ, ଯେ ସାଧାରଣ ମଣିଷଙ୍କ ଦୁର୍ବଳ ସ୍ମରଣିକା ଏବଂ ଅଲୌକିକତା ମନୋଭାବ କାରଣରୁ ମଣିଷ ଯେ କୌଣସି କଥା, ବିଷୟ ହେଉ କି ବସ୍ତୁକୁ ସହଜରେ ଭୁଲିଯାଇ ଉପସ୍ଥିତ ସମୟର ଧାରାରେ ପ୍ରବାହିତ ହୋଇଥା’ନ୍ତି । ମଣିଷର ଏହି ବି·ର କାରଣରୁ ସମୟର ସୁଯୋଗ ନେଇ ଚତୁର ସେମାନଙ୍କୁ ପ୍ରତାରିତ କରି ରଖି ନିଜର ପତିଆରା ବିସ୍ତାର କରିବା ପାଇଁ ଉଦ୍ୟମ ଜାରି ରଖିଥା’ନ୍ତି, ଯାହା ବର୍ତ୍ତମାନର ପରିବେଶ ପରିସ୍ଥିତି ଦେଖିବାକୁ ମିଳୁଛି ଆମ ସମାଜରେ । ପ୍ରାକ୍ ସମୟର ସମସ୍ତ ବିଷୟକୁ ଭୁଲି ଯାଇ ଉପସ୍ଥିତ ବିଷୟର ସଂଜ୍ଞାକୁ ନବୁଝି ନିର୍ଦ୍ୱନ୍ଦ୍ୱ ସମର୍ଥନ କାରଣରୁ ଆଜି ଆମ ସମାଜ ଅଧୋଗତି କ୍ଷେତ୍ରରେ ପ୍ରଧାବିତ ଯାହା ହୁଏତ ବୁଝିଛନ୍ତି ହାତଗଣତି କେତେକ ଜ୍ଞାନୀ ଗୁଣି ମଣିଷ । ତା ଛଡା ସର୍ବସାଧାରଣ ଏହି ସବୁ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ।
    ଉପସ୍ଥିତ ସମୟର ଧାରାରେ ଯେତେ ସବୁ ମିଥ୍ୟା କୁହେଳିକା ସୃଷ୍ଟି କରାଯାଉ ଅଛି ସେଗୁଡିକୁ ସାଧାରଣ ନିର୍ବୋଧ ଏକ ଅଲୌକିକ ରାଜ୍ୟର ଅକ୍ଷୟ ଗୁଣଧର୍ମୀ ପ୍ରବଚନ ଭଳି ଗ୍ରହଣ କରି ·ଲିଛନ୍ତି । ଏହି କ୍ରମରେ ଦେଖିବାକୁ ଗଲେ ହୁଏତ ପ୍ରତ୍ୟେକ ଦିନ ଶହ ଶହ କବିତା ପ୍ରବନ୍ଧ, ଗଳ୍ପ,  ଉପନ୍ୟାସ ଠାରୁ ଆରମ୍ଭ କରି ନାଟକ ଇତିହାସ ପର୍ଯ୍ୟନ୍ତ ଯେତିକି ପୁସ୍ତକ ମୁଦ୍ରିତ ହୋଇ ବଜÿାରକୁ ଆସୁଛି ସେଗୁଡ଼ିକରେ କୌଣସି ଜ୍ଞାନ ବର୍ଦ୍ଧିଷ୍ଣୁ ବିଷୟ ତ ବହୁତ ଦୂର ବରଂ ତାହା ଜନମାନସକୁ ବିକ୍ଷିପ୍ତ କରି ଅଜ୍ଞାନ କରୁଥିବା ଏକ ସାଧାରଣ ବିଷୟ ନୁହେଁ ଯାହାର ସମୀକ୍ଷା କେଉଁଠି ହେଲେ ହେଉନାହିଁ । ବରଂ ବଡ଼ ସମାରୋହରେ ପୁସ୍ତକ ଉନ୍ମୋଚନ ଶିବିର ମଞ୍ଚସ୍ଥ ହେଉଛି ଯାହା ପାଇଁ ହଜାର ହଜାର କରତାଳି, ପୁଷ୍ପଗୁଚ୍ଛ ସହିତ ସମ୍ମାନର ଅସାର କହିଲେ ନସରେ ! ଆପଣମାନେ ଏପର୍ଯ୍ୟନ୍ତ ଯେତେ ପୁସ୍ତକ ଆପଣ କିଣିଛନ୍ତି କିମ୍ବା ପଢ଼ିଛନ୍ତି ଆଉ ସେଇଥିରେ ଯାହା ସବୁ ଲେଖାଯାଇ ଅଛି ହୁଏତ ଆପଣ ସେଗୁଡିକୁ ତର୍ଜମା ସମୀକ୍ଷା କରିନାହାନ୍ତି କିମ୍ବା ତାହାର ସତ୍ୟାସତ୍ୟ ଉପରେ ଆଲୋଚନା ସମାଲୋଚନା କେବେ କରି ନାହାନ୍ତି ! ଥରେ ସେଗୁଡିକର ବିଶେଷ ବିଶ୍ଲେଷଣାତ୍ମକ ପର୍ଯ୍ୟାଲୋଚନା କରି ଦେଖିଲେ ଜାଣିହେବ ଯେ ସମସ୍ତ ପୁସ୍ତକ ଗୁଡିକ କେବଳ ବ୍ୟବସାୟ ଭିତ୍ତିକ ଆଲେଖ୍ୟରେ ପରିପୂର୍ଣ୍ଣ ଯାହାର ବିଷୟ ଗୁଡିକ କେବଳ ଇତିହାସ, ଅଲୌକିକ, ଗାଳ୍ପିକ  ଏବଂ ଅସତ୍ୟ ଘଟଣାବଳୀ ଗୁଡିକ ଉପରେ ଆଧାରିତ ! ଅଧିକନ୍ତୁ ଅନେକ ସମୟରେ ଆମ ଦେଶରେ ଏମିତି ହୁଏ, କି କୌଣସି ମନସ୍ତାତ୍ତ୍ୱିକ ଅନୁଭୂତି, ଭାବଧାରା ଗୁଡିକୁ କେତେକ ପାର୍ଥିବ ଉଦାହରଣ ଦେଇ ଏମିତି ସଂଯୋଜିତ କରି ଲେଖାଯାଇ ଥାଏ କିମ୍ବା କୁହାଯାଇ ଥାଏ ଯେ ସାଧାରଣ ନିର୍ବୋଧ ଏକ ଭାବପ୍ରବଣତାର ସହିତ ସେହି ମିଥ୍ୟା ଗୁଡିକୁ ସତ୍ୟ ବୋଲି ଧରି ନେଇଥା’ନ୍ତି । ଏହି କ୍ରମରେ ସେମାନେ ସତ୍ୟ ପଥରୁ ଦୁରେଇ ମିଥ୍ୟାକୁ ଆଦରି ନିଜର ଅଜ୍ଞାନତା ଜନିତ ପରୋକ୍ଷରେ  ପ୍ରତାରିତ ହେଉଛନ୍ତି । 
    ଆମ ଦେଶରେ ପୁସ୍ତକ ରଚନା, ସେଗୁଡିକର ମୁଦ୍ରଣ, ପ୍ରକାଶନ ଏବଂ ବଜାରରେ ବିକ୍ରି କରିବା ନେଇ କୌଣସି ସମୀକ୍ଷା କିମ୍ବା କଟକଣା ନାହିଁ । ସେହି କାରଣରୁ ଆଜି ପ୍ରାୟତଃ ଲେଖିବାର ଅଭ୍ୟାସ ରହିଥିବା ସମସ୍ତେ ଜଣେ ଜଣେ କବି, ଲେଖକ ଯାହାଙ୍କ ସହ ସହ ପୁସ୍ତକ ବ୍ୟବସାୟିକ ଢ଼ଙ୍ଗରେ ପ୍ରକାଶ ପାଇ ବଜାରରେ ବିକ୍ରି ହେଉଛି । ସେଗୁଡିକ କେବଳ ମୂଲ୍ୟହୀନ ହୋଇଥିଲେ ତ ବହୁତ ଭଲ ହୋଇଥା’ନ୍ତା, କିନ୍ତୁ ଅତ୍ୟନ୍ତ ଦୁଃଖ, ବିଡମ୍ବନାର ବିଷୟ ଏହା କି ସେଗୁଡିକ ମାଧ୍ୟମରେ ସାଧାରଣ ନିର୍ବୋଧ ଆଶାତୀତ ବିପରୀତମୁଖୀ ହେଉଛନ୍ତି ଯାହାଦ୍ୱାରା ଏହି ଜାତିର ଅସ୍ମିତା ତ ବହୁ ଦୂର, ସାମାନ୍ୟ ଉନ୍ନତିି କରିବା ବିପରୀତେ ଅବନତି ହୋଇ ·ଲିଛି ଦିନକୁ ଦିନ । ଏହି ପରିପ୍ରେକ୍ଷୀରେ ସରକାରୀ କଟକଣାକୁ ଅପେକ୍ଷା ନକରି ସାଧାରଣ ଲୋକେ ନିଜସ୍ୱ ସଚେତନତା ସୃଷ୍ଟି କରି ସେଗୁଡିକୁ କିଣିବା କିମ୍ବା ପାଠ କରିବା ପ୍ରତ୍ୟାଖ୍ୟାନ କରିବା ଅତ୍ୟନ୍ତ ଜରୁରି । ଅଥବା ସେମାନଙ୍କ ରହିଥିବା କିଂଚିତ ଉଚିତ,  ବାସ୍ତବ ଜ୍ଞାନ ବିପରୀତମୁଖୀ ହୋଇ ପାରିବାରିକ ବିଡମ୍ବନା ସୃଷ୍ଟି ହେବାର ସୂଚନା ଯଥେଷ୍ଟ ଅଧିକ ରହିଛି । 
    ପରିପକ୍ୱ ମସ୍ତିସ୍କଯୁକ୍ତ ମଣିଷ ଆଜି ଦେଖିବାକୁ ବିଲୁପ୍ତ ପ୍ରାୟ । କେତେ ଶିକ୍ଷିତ ହୁଅନ୍ତୁ କିମ୍ବା ଉଚ୍ଚାସୀନ ମଣିଷଙ୍କ ପିଲାଳିଆମୀ ଯାଇନଥାଏ ଜୀବନ ଶେଷ ପର୍ଯ୍ୟନ୍ତ । ତେଣୁ ବାଲ୍ୟ କାଳରୁ ଗଳ୍ପ ଶୁଣିବାର ଏକ ଅଭ୍ୟାସ ପ୍ରାୟତଃ ମୃତ୍ୟୁ ପର୍ଯ୍ୟନ୍ତ ରହିଯାଇ ଥାଏ ସମସ୍ତଙ୍କ ପାଖରେ । ତାହାର ସୁଯୋଗ ନେଇ ଚତୁର ଲେଖକ, ପ୍ରବଚକ ସେମାନଙ୍କୁ ଏମିତି ଗାଳ୍ପିକ ଢାଞ୍ଚାରେ ପ୍ରବର୍ତ୍ତାଇ ଥା’ନ୍ତି ବିଭିନ୍ନ ଅଯୌକ୍ତିକ ଉଦାହରଣ ଗୁଡିଏ ମାଧ୍ୟମରେ ଯେ ଅନୁଭବ ହୁଏ କି ତାହାଠାରୁ ବାସ୍ତବ, ସତ୍ୟ ଆଉ କିଛି ନାହିଁ ସଂସାରରେ । ସତ୍ୟ କି’ନ୍ତୁ ରହିଥାଏ ଆଢୁଆଳରେ । ଅବାସ୍ତବ ଅଲୌକିକ ବି·ର ଗୁଡିକୁ ବନେଇ ଚୁନେଇ କହି ସତ୍ୟର ଅନୁଭବ ସୃଷ୍ଟି କରାଯିବା ଏବଂ ବାସ୍ତବ ସତ୍ୟ ମଧ୍ୟରେ ରହିଥିବା ପ୍ରଭେଦ ଆକାଶକୁ ପାତାଳ ପର୍ଯ୍ୟନ୍ତ ଦୂରରେ ରହିଥାଏ ଯାହା ହୁଏତ ନିର୍ବୋଧ ସର୍ବସାଧାରଣ ବୁଝିବା ଅତ୍ୟନ୍ତ ଦୁଃସାଧ୍ୟ ବ୍ୟାପାର । ସମାଜରେ ପ୍ର·ରିତ, ପ୍ରସାରିତ ସମସ୍ତ ବିଷୟ ଗୁଡିକୁ ସମାଲୋଚନାତ୍ମକ ଢଙ୍ଗରେ ଗ୍ରହଣ ନକରି ନିର୍ଦ୍ୱନ୍ଦ୍ୱରେ ସମର୍ଥନ ଦେବା ଅର୍ଥାତ ନିଜକୁ ନିଜେ ପରୋକ୍ଷରେ ପ୍ରତାରିତ କରି ଦୁର୍ଲଭ ମଣିଷ ଜୀବନକୁ ନଷ୍ଟ କରିବା ଛଡା ଆଉ କିଛି ହୋଇ ନପାରେ । ବି·ର ଆପଣ ମାନଙ୍କର ଯେ କରିବେ କ’ଣ ଏବଂ କେଉଁ ପଥର ବାଟୋଇ ହୋଇ ନିଜ ଜୀବନ ଡଙ୍ଗାକୁ ବାହିବେ ।
    ଛତ୍ରପୁର,ମୋ.: ୯୪୩୭୩୨୪୯୧୭