ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋସବ ପାଇଁ ଦସ୍ତଖତ ଅଭିଯାନ
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ଚଳିତ ମାସ ୨୦ରୁ ୨୮ ତାରିଖ ମଧ୍ୟରେ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଛି ୫୫ ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚÿିତ୍ର ମହୋସôବ । ଏହି ଉସôବର ଅଧିକ ପ୍ରଚାର ପ୍ରସାର ପାଇଁ ଉକôଳ ବିଶ୍ୱବିଦ୍ୟାଳୟ ପରିସରରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର କେନ୍ଦ୍ରୀୟ ସଂଚାର ବୁ୍ୟରୋ, ପତ୍ର ସୂଚନା ବୁ୍ୟରୋ ଓ ସମାଜ ବିଜ୍ଞାନ ବିଭାଗର ମିଳିତ ଉଦ୍ୟମରେ ଏହି ଅଭିଯାନ ଆୟୋଜନ କରାଯାଇଥିଲା । ସାମାଜ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଡ. ରବୀନ୍ଦ୍ର ଗରଡା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ସହ ସମାଜ ବିଜ୍ଞାନ ଏବଂ ଚଳଚ୍ଚିତ୍ର ମଧ୍ୟରେ ଥିବା ସଂଯୋଗ ଉପରେ ଆଲୋକପାତ କରିଛନ୍ତି । ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ଼ର ଆଞ୍ଚଳିକ ଅଧିକାରୀ ତଥା ସିବିସିର ନିଦେ୍ର୍ଦଶକ ଗିରୀଶ ଚନ୍ଦ୍ର ଦାସ ଯୋଗଦେଇ ଭାରତୀୟ ଓ ଓଡିଆ ଚଳଚ୍ଚÿିତ୍ରର ଗୌରବମୟ ଯାତ୍ରା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପତ୍ର ସୂଚନା କାର୍ଯ୍ୟାଳୟର ଉପ ନିଦେ୍ର୍ଦଶକ ମନୋଜ କୁମାର ଜାଲି, ସମାଜ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ତନୟା ମହାନ୍ତି ଯୋଗ ଦେଇଥିଲେ ।