କ୍ରସର କର୍ମଚାରୀ ଅରଜିତ ହତ୍ୟା ଘଟଣା: ମାସେ ପରେବି ପୁଲିସ ପାଇଁ ଅପହଞ୍ଚ ମାଲିକ ସିଲୁ

ଯାଜପୁର : ଧର୍ମଶାଳା ତହସିଲ ଅଧିନ ବହୁଚର୍ଚ୍ଚିତ ରାହାଡ଼ପୁର ପଦ୍ମାବତୀ କ୍ରସର କର୍ମଚାରୀ ଅରଜିତ ହତ୍ୟା ଘଟଣାକୁ ମାସେ ବିତିଲାଣି । ହତ୍ୟା ମାମଲାରେ ପୁଲିସ ଦୁଇଟି ଦଫାରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ହେଁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କ୍ରସର ମାଲିକ ଜ୍ଞାନରଞ୍ଜନ ମହାପାତ୍ର ଓରଫ ସିଲୁ ପୁଲିସପାଇଁ ଅପହଁଚ ହୋଇପଡ଼ିଛି । ଅରଜିତ ହତ୍ୟା ଘଟଣାରେ କ୍ରସର ମାଲିକଙ୍କ ଭଣଜା ସତ୍ୟ ନାରାୟଣ ବଳ ଓରଫ ରୋନି ସହ ହରିଦାସପୁରର ସୋମ୍ୟରଞ୍ଜନ ବିଶ୍ୱାଳ ଏବଂ କୁଆଖିଆ ଯାବରା ଅଞ୍ଚଳର ହେମନ୍ତ କୁମାର ଦେଓ ଏବେ ବିଚାରଧିନ କଏଦୀ ଭାବେ ଜେଲହାଜତରେ ଅଛନ୍ତି । କିନ୍ତୁ ମୁଖ୍ୟ ଅଭିଯୁକ୍ତ ସିଲୁକୁ ପୁଲିସ ମାସେ ପରେବି ଗିରଫ କରିନପାରିବା ଘଟଣାକୁ ସାଧାରଣରେ ହଜମ କରି ପାରୁନାହାନ୍ତି । ଯାହାଙ୍କ ନାମରେ ଅରଜିତ ପରିବାର ପକ୍ଷରୁ ଏତଲା କରାଯାଇଥିଲା । ଖବର ଥାଉକି ଧର୍ମଶାଳା ଥାନା ଜାରକା ଜାମୁବଣିଆ ଗ୍ରାମର ଅଜୟ କୁମାର ଜେନାଙ୍କ ଏକ ମାତ୍ର ପୁଅ ଅରଜିତଜେନା (୨୨) ପଦ୍ମାବତୀ କ୍ରସରରେ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ । ଅର୍ଥ ତୋସାରପାତକୁ ନେଇ କ୍ରସର ମାଲିକ ଅଭିଯୋଗ ଆଣିବା ସହିତ କର୍ମଚାରୀଙ୍କୁ ଶିକୁଳିରେ ବାନ୍ଧି ଲୁହା ରଡ଼ରେ ପିଟିବା ସହିତ ଚେଙ୍କ ଦେବା,ଗୁପ୍ତାଙ୍ଗକୁ କ୍ଷତାକ୍ତ କରିବାଭଳି ଅମାନୁଷିକ କାର୍ଯ୍ୟ କରିଥିଲେ । ଏଭଳି ଅମାନୁସିକ କାର୍ଯ୍ୟ ଶ୍ରମିକ ଦିବସ ବା ମଇ ପହିଲାରେ ଘଟିଥିଲା । ଗୁରୁତର ଅବସ୍ଥାରେ ଅରଜିତକୁ ଉଦ୍ଧାର କରି ପରିବାର ଲୋକେ ଧର୍ମଶାଳା ଏବଂ ପରେ କଟକ ବଡ଼ ମେଡ଼ିକାଲରେ ଭର୍ତିି କରିଥିଲେ ।
ହେଲେ ଚିିକିସôାଧିନ ଅବସ୍ଥାରେ ମୃତୁ୍ୟ ଘଟିଥିଲା । ପୁଅକୁ ହତ୍ୟା କରାଯାଇଛି ବୋଲି ବାପା କ୍ରସର ମାଲିକ ସହ ତାର ଭଣଜା ସତ୍ୟନାରାୟଣ ବଳ, ମ୍ୟାନେଜର ହେମନ୍ତଙ୍କ ସମେତ କିଛି କର୍ମଚାରୀ ସମ୍ପୃକ୍ତ ରହିଛନ୍ତି ବୋଲି ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ଘଟଣାକୁ ନେଇ ଏବେବି ଧର୍ମଶାଳାରେ ଚର୍ଚ୍ଚା ଥମିନଥିଲେ ହେଁ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ଧର୍ମଶାଳା ପୁଲିସ ବିଫଳ ହୋଇଛି । ବାପା ମାଆଙ୍କର ଏକ ମାତ୍ର ଭେଣ୍ଡିଆ ପୁଅ ଥିଲା ଅରଜିତକୁ ହରାଇ ପରିବାର ଗୁମୁରି ଗୁମୁରି କାନ୍ଦୁଛି । ପୁଅକୁ ହରାଇ ବେସାହାରା ହୋଇପଡ଼ିଥିଲେ ହେଁ ସବୁ ପ୍ରମାଣ ଥାଇବି ପୁଲିସ ସିଲକୁ ନଧରିବା ପଛରେ କି କାରଣ ରହିଛି, ତାହା ହିଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯାହାକୁ ନେଇ ବିଭିନ୍ନ ସଂଗଠନ ନିନ୍ଦା କରିବା ସହିତ ଶାସକ ଓ ବିରୋଧୀ ନେତା ଏବଂ ନେତ୍ରୀ ମାନେ ମୃତଙ୍କ ପରିବାର ପାଖରେ ପହଁଚି ସମବେଦନା ଜଣାଇବା ସହିତ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର ସାହୁ ଏପ୍ରସଙ୍ଗରେ ମୁହଁ ଖୋଲିଥିଲେ । ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଆଇନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ହେଲେ ହତ୍ୟାକାଣ୍ଡକୁ ୩୦ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ପୁଲିସ ହାତରେ ଧରାନପଡିବା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।