ଚଳନ୍ତା ଗାଡ଼ିରେ କୋଳରେ ବସାଇ ରିଲ୍ସ,କରୁଥିଲେ ସ୍ୱାମୀ- ସ୍ତ୍ରୀ : ୧୧,୦୦୦ ଚାଲାଣ କାଟିଲା ବିଭାଗ

ଚଳନ୍ତା ଗାଡ଼ିରେ କୋଳରେ ବସାଇ ରିଲ୍ସ,କରୁଥିଲେ  ସ୍ୱାମୀ- ସ୍ତ୍ରୀ :  ୧୧,୦୦୦ ଚାଲାଣ କାଟିଲା ବିଭାଗ

ସମ୍ବଲପୁର:  ସ୍ୱାମୀ- ସ୍ତ୍ରୀଙ୍କ ରିଲ୍ସ ପ୍ରେମ ଛାଡ଼ିଗଲା । ଚଳନ୍ତା ଗାଡ଼ିରେ କୋଳରେ ବସାଇ  ରିଲ୍ସ କରୁଥିଲେ ।  ମୋଟା ଅଙ୍କର ଫାଇନ୍‌ କାଟିଲା ଚାଲାଣ ବିଭାଗ। ସୋସିଆଲ ମିଡିଆରେ ରିଲ୍ ତିଆରି କରିବା ଏବେ ଏକ ସାଧାରଣ କଥା , କିନ୍ତୁ ଏହି ଅଭ୍ୟାସ ମହଙ୍ଗା ମଧ୍ୟ ପଡ଼ୁଛିି। ଓଡ଼ିଶାର ସମ୍ବଲପୁର ଜିଲ୍ଲାର ରେଢାଖୋଲ ଅଞ୍ଚଳରୁ ସମାନ ଏକ ଘଟଣା ସାମ୍ନାକୁ ଆସିଛି। ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଭିଡିଓ କରିବା ମହଙ୍ଗା ପଡ଼ିଛି।  ଗାଡ଼ିରେ ବସିଛି କୁନି ଝିଅ। ଜାତୀୟ ରାଜପଥରେ ଚଳନ୍ତା ଗାଡ଼ିରେ ବିନା ସିଟ୍ ବେଲ୍ଟ ଲଗାଇ ସ୍ୱାମୀ କୋଳରେ ବସି ରିଲ୍ସ କରୁଥିଲେ । ଯାହାକୁ ସୋସିଆଲ ମିଡିଆ ସାଇଡରେ ଛଡ଼ାଯାଇଥିଲା।ଏହି ଭିଡିଓ ଦେଖିବା ପରେ, ଜଣେ ବ୍ୟକ୍ତି ତୁରନ୍ତ ପରିବହନ ବିଭାଗକୁ ଟ୍ୟାଗ୍ କରି ଅଭିଯୋଗ ଦାଖଲ କଲେ। ଅଭିଯୋଗ ପରେ, ରାଜ୍ୟ ପରିବହନ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାର ମାଲିକଙ୍କୁ ଏକ ନୋଟିସ ପଠାଇଛି । ମୋଟର ଯାନ ଆଇନ ଅନୁଯାୟୀ ₹ ୧୧,୦୦୦ ଜରିମାନା ଆଦାୟ କରାଯାଇଛି। କାର ମାଲିକ ନିୟମ ଉଲ୍ଲଂଘନ କରିଥିବାରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କାରଣ ସମସ୍ତ ଯାତ୍ରୀ ଗାଡ଼ି ଚଲାଇବା ସମୟରେ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ।