ଦେବି୍ରଗଡ଼ ଅଭୟାରଣ୍ୟରେ ବଳୁଆ କୁକୁର

 ସମ୍ବଲପୁର: ଅସଂଖ୍ୟ ବନ୍ୟପ୍ରାଣୀ, ପକ୍ଷୀ, ସରୀସୃପରେ ଭରପୁର ଡେବି୍ରଗଡ ଅଭୟାରଣ୍ୟରେ ପ୍ରଥମ କରି ଗଧିଆ ଦୃଷ୍ଟିଗୋଚର ହୋଇଛି । ପ୍ରାୟ ଦଶନ୍ଧି ପରେ ୨୦୨୩ରେ ଗୋଟିଏ ବଳୁଆ କୁକୁରକୁ ଠାବ କରାଯାଇଥିଲା । ହେଲେ ଗତକାଲି ଗୋଟିଏ କରି ମାଈ ଓ ଅଣ୍ଡିରା ବଳୁଆ କୁକୁର ଅଭୟାରଣ୍ୟରେ ଦେଖିବାକୁ ମିଳିଛି । ପ୍ରଥମ ବଳୁଆ କୁକୁରଟି ଗତ ବର୍ଷ ଅଭୟାରଣ୍ୟ ଅଭ୍ୟନ୍ତରରୁ ବାହାରି ପର୍ଯ୍ୟଟନ ଜୋନ୍ରେ ପହଞ୍ଚôଥିଲା । ହେଲେ ଏହି ଗୋଟିଏ ଯୋଡ଼ା ବଳୁଆ କୁକୁର ୩୦ ରୁ ୪୦ ବର୍ଗ କିଲୋମିଟର ମଧ୍ୟରେ ଚଳପ୍ରଚଳ କରୁଛନ୍ତି । ଋତୁ ଅନୁଯାୟୀ ଅଭୟାରଣ୍ୟର ଗୋଟିଏ ଜୋନ୍ରୁ ଅନ୍ୟ ଜୋନ୍କୁ ବଳୁଆ କୁକୁରମାନେ ଯା’ ଆସ କରୁଥିବା ଟ୍ରାକିଂ ତଥ୍ୟରୁ ଜଣାପଡିଛି । ଏପରିକି ଜଙ୍ଗଲ ସଫାରୀ କରୁଥିବା ପର୍ଯ୍ୟଟକମାନେ ମଧ୍ୟ ଏହି ବଳୁଆ କୁକୁରଙ୍କୁ ଦେଖିଥିଲେ । ଏହା ଦ୍ୱାରା ଅଭୟାରଣ୍ୟରେ ଗଧିଆଙ୍କ ସଂଖ୍ୟା ବୃଦ୍ଧି ନେଇ ଆଶା କରାଯାଉଛି । ହୀରାକୁଦ ଡିଏଫ୍ଓ ଅଂଶୁପ୍ରଜ୍ଞା ଦାଶ କହିଛନ୍ତି ଯେ, ଏଠାରେ ସମ୍ବର, ବାର୍ହା, କଲରାପତରିଆ ବାଘ, ହେଟା ବାଘ, ଗୟଳ, ପ୍ରଭୃତି ରହିଛନ୍ତି । ଏପରିକି ଏକ କୋକିଶିଆଳୀକୁ ମଧ୍ୟ ଦେଖିବାକୁ ମିଳିଛି । ଏଠାରେ ଥିବା ଅଣ୍ଡିରା ବାଘ ଓଡ଼ିଶା ଛତିଶଗଡ଼ ସୀମା ଗୋମର୍ଦ୍ଧା ଜଙ୍ଗଲ ମଧ୍ୟରେ ଚଳପ୍ରଚଳ କରୁଛି । ୩୫୩ ବର୍ଗ କିଲୋମିଟର ପରିମିତ ଅଭୟାରଣ୍ୟ ମଧ୍ୟରୁ ଜନବସତିଗୁଡ଼ିକ ଅନ୍ୟତ୍ର ବନେ୍ଦାବସ୍ତ କରାଯାଇଛି । ଏହାର ପରିବେଶ ଏବଂ ତୃଣର ବହୁଳତା ପଶୁ ପକ୍ଷୀମାନଙ୍କ ସଂଖ୍ୟା ବୃଦ୍ଧିରେ ସହାୟକ ହୋଇଛି ।