ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
ଆମେରିକାର ସନ୍ ଡିଏଗୋରେ ଏକ ଚଳନ୍ତା କାର୍ ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଯାଇଛି। ଏହି କାର୍ରେ ବୃଦ୍ଧ ଦମ୍ପତି ଥିଲେ। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଜ ଜୀବନକୁ ବାଜି ଲାଗି ବୃଦ୍ଧ ଦମ୍ପତିଙ୍କ ଜୀବନ ବଞ୍ଚାଇଛନ୍ତି। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକେ ଅଗ୍ନିଶମ ବାହିନୀର ସାହସିକତାକୁ ପ୍ରଶଂସା କରୁଛନ୍ତି।
ସୂଚନାଯୋଗ୍ୟ, ୯୨ ବର୍ଷୀୟ କେନ୍ ଓ୍ବିଲିୟମସନ୍ ଏବଂ ତାଙ୍କ ୯୦ ବର୍ଷୀୟ୍fସ୍ତ୍ରୀ ଜୋନ୍ କାର୍ରେ କେଉଁଆଡ଼େ ଯାଉଥିଲେ। ସେହି ସମୟରେ ପଛରୁ କୌଣସି ଗାଡ଼ି ତାଙ୍କ କାର୍କୁ ଧକ୍କା ଦେଇଥିଲା। ଫଳରେ କାର୍ରେ ନିଆଁ ଲାଗି ଯାଇଥିଲା। ଚାହୁଁଚାହୁଁ ଏହି ନିଆଁ ଭୟଙ୍କର ରୂପ ଧାରଣ କରିଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରି କାର୍ ଭିତରକୁ ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର କରିଥିଲେ। ସୌଭାଗ୍ୟବଶତଃ ସେମାନଙ୍କୁ ଅଳ୍ପ ଆଘାତ ଲାଗିଛି।