ଏହିଦିନ ଆସିବ ସୁଭଦ୍ରା ଟଙ୍କା
SUBHADRA JOJANA

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରାକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି । ଖୁବଶୀଘ୍ର ତୃତୀୟ ଦଫାର ପ୍ରଥମ କିସ୍ତି ମିଳିବ । ପୂର୍ବରୁ ଅନେକ ହିତାଧିକାରୀଙ୍କୁ ବିଭିନ୍ନ କାରଣରୁ କିସ୍ତି ଅର୍ଥ ମିଳିପାରିନଥିଲା । ସେହିପରି ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ବି ପ୍ରଥମ ଓ ଦ୍ୱିତୀୟ ଦଫାରେ ସୁଭଦ୍ରା ଅର୍ଥ ମିଳିପାରିନାହିଁ । ରାସନ୍ କାଡର଼୍ରେ ନାଁ ନଥିବାରୁ ବି ପ୍ରାୟ ଅଢେ଼ଇ ଲକ୍ଷ ହିତାଧିକାରୀ ସୁଭଦ୍ରାରୁ ବଞ୍ଚିତ ଥିଲେ । କିନ୍ତୁ ଏନେଇ ଏବେ ସରକାର ପଦକ୍ଷେପ ନେଇଛନ୍ତି । ନିକଟରେ କ୍ୟାବିନେଟ ବୈଠକରେ ଏସଂକ୍ରାନ୍ତରେ ସଂଶୋଧନ କରାଯାଇଛି । ଆଜି ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ବୈଠକରେ କେବେ ସୁଭଦ୍ରା ଟଙ୍କା ମିଳିବ ସେନେଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେବେ ।