ଅଗ୍ନିକାଣ୍ଡ: ୩ ମହଲା ବିଲ୍ଡଂରେ ଲାଗିଲା ନିଆଁ, ୩ ଶିଶୁଙ୍କ ଜୀବନ୍ତ ମୃତ୍ୟୁ

ଉତ୍ତରପ୍ରଦେଶ ଗାଜିଆବାଦର ଲୋନି ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ୩ ମହଲା ବିଲ୍ଡଂରେ ଲାଗିଲା ନିଆଁ । ପୋଡ଼ି ହୋଇ ମହିଳାଙ୍କ ସମେତ ୩ ଶିଶୁଙ୍କ ମୃତ୍ୟୁ ହୋଇଛି । କଞ୍ଚନ ପାର୍କ କଲୋନିରେ ନିଆଁ ଲାଗିଥିବା ବେଳେ ଅଗ୍ନିଶମ ବିଭାଗ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛି । କବାଟ ଭାଙ୍ଗି ୮ ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା । ତେବେ ଡାକ୍ତରଖାନାରେ ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ସଟ୍‌ ସର୍କିଟିରୁ ନଆଁ ଲାଗିଥିବା ସନ୍ଦେହ କରାଯାଉଛି । ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି ।