ନବ ଦାସ ହତ୍ୟା ମାମଲାର ହେବ CBI ତଦନ୍ତ : ଦୀପାଳି

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ବଡ ପ୍ରତିକ୍ରିୟା ଦେଇଛନ୍ତି ଝିଅ ଦୀପାଳି ଦାସ। ପୂର୍ବରୁ ଅନେକ ଥର ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି ହେଉଥିଲା ବେଳେ ଏହି ସ୍ୱର ଆହୁରି ମଜବୁଥ୍ ହୋଇଛି। ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଦେବାକୁ କହିଛନ୍ତି ଦୀପାଳି। ସେ କହିଛନ୍ତି ସିବିଆଇ ତଦନ୍ତ ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି। ଏବେ ପରିବାରରେ ଆଲୋଚନା ଚାଲିଛି, ଆଗକୁ ନିଶ୍ଚିତ ଲେଖିକି ଜଣାଇବୁ।