ଦୋକାନରେ ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ

ପଟ୍ଟାମୁଣ୍ଡାଇ: ବକ୍ତରପୁର ଛକରେ ଥିବା ପାନ ଦୋକାନରେ ନିଆଁ ଲାଗି ଯିବାରୁ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି। ଧୂପରୁ ନିଆଁ ଲାଗି ଥିବା ସନ୍ଦେହ କରାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ୟ୍ୟ ଜାରି ରଖିଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ପାନ ଦୋକାନରେ ପେଟ୍ରୋଲ ମଧ୍ୟ ବିକ୍ରି ହେଉଥିବା ଜାଣିବାକୁ ପାଇଛି।