୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ଛତିଶଗଡ : ପୁଣି ଥରେ ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି । ଘରୁ ଟାଣି ଆଣି ୨ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଗୁରୁବାର ଏହି ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଏହି ବର୍ବରକାଣ୍ଡ ଦେଖାଯାଇଛି। ବିଜାପୁର ଜିଲା କୁସଲନାର ଗାଁରେ ୨ ଜଣଙ୍କୁ ମାଓବାଦୀ ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଶିକ୍ଷକ ଓ ଜଣେ ଗ୍ରାମବାସୀ ରହିଛନ୍ତି। ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ମାଓବାଦୀ ଆହ୍ୱାନ ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।