ସର୍ଟସର୍କିଟ୍ ଯୋଗୁଁ ଜଳିଗଲା ଘର : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

ସର୍ଟସର୍କିଟ୍ ଯୋଗୁଁ ଜଳିଗଲା ଘର : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

 ବୌଦ୍ଧ ହରଭଙ୍ଗା ଥାନା ଧୂଙ୍ଗିଆମୁଣ୍ଡା ଗାଁରେ ଅଗ୍ନିକାଣ୍ଡ । ବିଦ୍ୟୁତ ସର୍ଟ ସର୍କିଟରେ ଘରେ ଲାଗିଲା ନିଆଁ  ।  ବହୁ ଆସବାଵପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି ।  ପରିବାର ଲୋକେ ସମସ୍ତେ ଘରେ ଥିବା ଅବସ୍ଥାରେ ହଠାତ ବିଦ୍ୟୁତ ସର୍ଟ ସର୍କିଟ ହୋଇ ନିଆଁ ଲାଗିଯାଇଥିଲା ।  କେହି କିଛି ବୁଝିବା ଆଗରୁ ନିଆଁ ପୁରା ଘରକୁ କବଳିତ କରିସାରିଥିଲା । ଗାଁର ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଛି ।  ଅନ୍ୟପଟେ ପରିବାର ଲୋକ ଅଳ୍ପକେ ନିଆଁ ମୁହଁରୁ ବର୍ତ୍ତି ଯାଇଥିବା ବେଳେ ଘରେ ଥିବା ସମସ୍ତ ଆସବାବପତ୍ର ଓ ବର୍ଷକ ଯାକର ଅମଳ ପୋଡି ନଷ୍ଟ ହୋଇଯାଇଛି  ।  ଏବେ ପୁରା ପରିବାର ଅସହାୟ ହୋଇପଡ଼ିଛନ୍ତି । ପରିବାକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି  ।