"ଖୁବ୍ଶୀଘ୍ର ତୃତୀୟ ବଡ ଅର୍ଥନୀତି ହେବୁ': ମୋଦି
ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ୨୦୨୬-୨୭ ପାଇଁ କେନ୍ଦ୍ର ବଜେଟକୁ ପ୍ରଶଂସା କରି ଏହାକୁ ଏକ ଐତିହାସିକ ଓ ଭବିଷ୍ୟତବାଦୀ ଦସ୍ତାବିଜ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହା ଦୀର୍ଘକାଳୀନ ଅଭିବୃଦ୍ଧି ଓ ବିକାଶ ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିବା ସହିତ ଭାରତର ବିଶ୍ୱ ଅର୍ଥନୈତିକ ଭୂମିକାକୁ ମଜଭୁତ କରିବ । ଏହା ମେକ୍ ଇନ୍ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ପଦକ୍ଷେପକୁ ନୂତନ ଗତି ଦେବା ପାଇଁ ଏକ ମହତ୍ୱାକାଂକ୍ଷୀ ରୋଡମ୍ୟାପ୍ ପ୍ରସ୍ତୁତ କରିଛି । ନୂତନ ଓ ଉଦୀୟମାନ ଶିଳ୍ପ, ସୂର୍ଯ୍ୟୋଦୟ କ୍ଷେତ୍ରଗୁଡ଼ିକୁ ଅଭୂତପୂର୍ବ ସମର୍ଥନ ମିଳିଛି । ଏହି ବଜେଟ ୨୦୪୭ ବିକଶିତ ଭାରତର ମଜଭୁତ ଆଧାର । ଏହି ବଜେଟ ଅପାର ସୁଯୋଗର ରାଜପଥ । ବର୍ତ୍ତମାନର ସ୍ୱପ୍ନକୁ ବଜେଟ ପୂରଣ କରୁଛି । ଆଜିର ବଜେଟ୍ ଐତିହାସିକ । ଏହା ଦେଶର ମହିଳା ଶକ୍ତିର ଦୃଢ଼ ସଶକ୍ତିକରଣକୁ ପ୍ରତିଫଳିତ କରେ । ଜଣେ ମହିଳା ଅର୍ଥମନ୍ତ୍ରୀ ଭାବରେ ନିର୍ମଳା ଜୀ ଲଗାତାର ନବମ ଥର ପାଇଁ ଦେଶର ବଜେଟ୍ ଉପସ୍ଥାପନ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।