ଷଣ୍ଢଚୁଳିଆ ଜଙ୍ଗଲରେ ନିଆଁ 

ଆସିକା: ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନରେ ଥିବା ଆସିକା ବ୍ଲକ ବୁଗୁଡ଼ା ବନାଞ୍ଚଳର ବାଲିପଦର ବନ କ୍ଷେତ୍ର ର ବଡ଼ଖୋଲି - ଭେଜିପୁଟ ର ଷଣ୍ଢଚୁଳିଆ ଜଙ୍ଗଲରେ ରାତିରେ ନିଆଁ ଲାଗି ରହିଥିଲା  । ରାତ୍ର ତମାମ ନିଆଁ ଲାଗିଥିଲେ ମଧ୍ୟ ବନ ବିଭାଗ ସକାଳୁ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିବା କହୁଛି । ଏହି ବନାଗ୍ନୀ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇଁ ଆସିକା ଅଗ୍ନିଶମ ବିଭାଗ ଓ ବୁଗୁଡ଼ା ଫାଇର ସ୍କ୍ୱାଡ, ବାଲିପଦର ବନପାଳଙ୍କ ସ୍କୱାର୍ଡ ,ବୁଗୁଡ଼ା ରେଞ୍ଜରର ଫାଇର ସ୍କୱାର୍ଡ ସମସ୍ତ ମିଶି ଆଜି ସକାଳୁ ନିଆଁ ଲିଭାରେ ନିୟୋଜିତ ରହିଥିଲେ । ଏହି ନିଆଁ ଲିଭା କାର୍ଯ୍ୟକ୍ରମରେ ବୁଗୁଡ଼ା ରେଞ୍ଜର ପ୍ରଦୀପ କୁମାର ମିଶ୍ର, ବନକ୍ଷେତ ଅଧିକାରୀ ସୁକାନ୍ତ ପଟନାୟକ, ଖିରୋଦ ଗୌଡ଼, ରନô ମଲ୍ଲିକ, ରଶ୍ମିରଂଜନ ପରିଡା, ସମେତ ୫୦ରୁ ଉଦ୍ଧ୍ୱର୍ କର୍ମଚାରୀ ଯୋଗ ଦେଇଥିଲେ । ଏହି ନିଆଁ ଲିଭାର କାରଣର ଜଙ୍ଗଲ ନିକଟରେ ଥିବା ଡାଳଖାଇ ମନ୍ଦିର ନିକଟରେ କେହି ରୋଷେଇ କରି ନିଆଁ ଲିଭାଇ ନଥିବା କାରଣ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡୁଥିବା ବେଳେ ଆଉ କେତେକ ଅଂଚଳବାସୀ ଜଙ୍ଗଲ ନିକଟରେ ଥିବା ପୋଖରୀକୁ ଶୌଚ ପାଇଁ ଆସିଥିବା ବେଳେ ସିଗାରେଟ ଯଦି ଫୋପାଡି ଦେଇଥିବା କାରଣରୁ ମଧ୍ୟ ଏହି ନିଆଁ ଲାଗିଥିବ ବୋଲି କୁହାଯାଉଛି । ଏହି ଜଙ୍ଗଲ ନିଆଁରେ ଶୁଖିଲା ଘାସ, ଶୁଖିଲା କଣ୍ଟା ବାଉଁଶରେ ନିଆଁ ଲାଗିଥିଲା ବୋଲି ବନ କର୍ମଚାରୀ ପ୍ତ୍ରକାଶ କରିଛନ୍ତି । 
ଜଙ୍ଗଲ ବଣ ମଧ୍ୟରୁ ଅଧା ଏକର ଜଙ୍ଗଲ ଜମିରେ ନିଆଁ ଲାଗିଥିଲା । ନିଆଁ ଲିଭା କାର୍ଯ୍ୟରେ ଅନେକ ଅଗ୍ନିଶମ କର୍ମଚାରୀ ଓ ବନ କର୍ମଚାରୀ ମିଶି ବନ ବିଭାଗ ଓ ଅଗ୍ନିଶମ ବିଭାଗ ମିଶି ନିଆଁ ଲିଭା କାର୍ଯ୍ୟରେ ସହଯୋଗ କରିଥିଲେ । ସେହିଭଳି  ଆଜି ସକାଳେ ଅସୁରଈପଲ୍ଲୀ ଗଉଡୁଣୁନି ପାହାଡ଼ ରେ କୌଣସି ଏକ କାରଣରୁ ନିଆଁ ଲାଗି ଥିଲା  । ଖବର ପାଇ ତୁରନ୍ତ ଆସିକା ବନକ୍ଷେତ ଅଧିକାରୀ ଶରତ ଚନ୍ଦ୍ର ବେହେରାଙ୍କ ନେତୃତ୍ୱ ଏକ ଟିମ ଏବଂ ଅଗ୍ନିସମ ବିଭାଗ ସମୂହ ମିଶି ନିଆଁକୁ ଆୟତ୍ତ କରିଥିବା ସୂଚନା ଦେଇଥିଲେ ।